ରାଜ୍ୟ

କ୍ରାଇମ୍‌ବ୍ରାଞ୍ଚରେ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌: ଆତଙ୍କୀ ଲିଙ୍କ୍‌ ନେଇ ଅଭିଜିତ୍‌କୁ ମାରାଥାନ ଜେରା

ଭୁବନେଶ୍ବର : ଓଡ଼ିଶାରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଚାଲିଥିବା ଘଟଣାରେ ପୁଣେରୁ ଗିରଫ ହୋଇଥିବା ଅଭିଜିତ ସଞ୍ଜୟ ଜାମ୍ବୁରେର ପାକିସ୍ତାନ, ଆଇଏସ୍‌ଆଇ ଓ ନାଇଜେରିଆ ଲିଙ୍କ୍‌ ସାମ୍ନାକୁ ଆସିଥିବାରୁ ତାକୁ କ୍ରାଇମ୍‌ବ୍ରଞ୍ଜ ଏସ୍‌ଟିଏଫ୍‌ ଟିମ୍‌ ରିମାଣ୍ଡରେ ଆଣି ମାରାଥାନ ଜେରା କରିଛି। ଆଜି ଦ୍ବିତୀୟ ଦିନରେ ମହାରାଷ୍ଟ୍ରରୁ ଆସିଥିବା ୩ଜଣିଆ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌(ଏଟିଏସ୍)ତାକୁ ଆତଙ୍କୀ ଲିଙ୍କ୍‌ ନେଇ ଗୋଡ଼ାଇ ତୁଡ଼ାଇ ଜେରା କରିଛି। ତଦନ୍ତ ବେଳେ ପାକିସ୍ତାନ କରାଚୀର ସେନା ଗୁଇନ୍ଦା ଅଧିକାରୀ ଅବ୍‌ଦୁଲ ହମିଦ୍‌ ଓରଫ୍‌ ଖୁରାମଙ୍କ ସହ ଅଭିଜିତର ଲିଙ୍କ୍‌ କଥା ଜଣାପଡ଼ିଥିବାରୁ ଏଟିଏସ୍‌ ଏହି ପଦକ୍ଷେପ ନେଇଛି। କରାଚୀରୁ ଅଭିଜିତ ଆକାଉଣ୍ଟକୁ ଟଙ୍କା ଆସୁଥିଲା। ଆଉ ସେ ଭାରତର ବିଭିନ୍ନ ସ୍ଥାନରେ ଥିବା ପାକ୍‌ ଏଜେଣ୍ଟଙ୍କ ପାଖକୁ ଟଙ୍କା ପଠାଉଥିଲା।

ଏହାଛଡ଼ା ତା’ର ଆକାଉଣ୍ଟରୁ ଆଇଏସ୍‌ଆଇ ଏଜେଣ୍ଟ ଓ ସନ୍ଦିଗ୍ଧଙ୍କ ସହ କୋଟି କୋଟି ଟଙ୍କାର ଆର୍ଥିକ କାରବାର ରହିଛି। ତେବେ ସେ କେମିତି ଖୁରାମ୍‌ ସମ୍ପର୍କରେ ଆସିଥିଲା? ଖୁରାମ୍‌ କଥାରେ ସେ କେତେ ଏଜେଣ୍ଟଙ୍କୁ ଟଙ୍କା ପଠାଉଥିଲା? ଦେଶଦ୍ରୋହ କାର୍ଯ୍ୟ ପାଇଁ ସେ କେତେ ଟଙ୍କାର ଡିଲ୍‌ କରିଥିଲା? ଏଜେଣ୍ଟଙ୍କୁ କେତେ ଦେଉଥିଲା? ଏବେ ଭାରତରେ କେତେ ପାକିସ୍ତାନୀ ଏଜେଣ୍ଟ ସକ୍ରିୟ ଅଛନ୍ତି? ସମସ୍ତ ଦିଗକୁ ନେଇ ଉଭୟ ଏଟିଏସ୍‌ ଓ ଏସ୍‌ଟିଏଫ୍‌ ଜେରା କରିଥିଲେ। ଦରକାର ପଡ଼ିଲେ ଅନ୍ୟମାନଙ୍କୁ ମଧ୍ୟ ରିମାଣ୍ଡରେ ଅଣାଯାଇ ମୁହାଁମୁହିଁ ଜେରା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଆବଶ୍ୟକ ପଡ଼ିଲେ ଏନ୍‌ଆଇଏ ଓ ଆଇବିର ସହାୟତା ନିଆଯିବ ବୋଲି ସେ କହିଛନ୍ତି।

ପ୍ରକାଶ ଥାଉ କି, ମାସକୁ ୫୦ ହଜାର ଟଙ୍କା ଲୋଭରେ ନୟାଗଡ଼ ଇଟାମାଟିର ପଠାଣି ସାମନ୍ତ ଲେଙ୍କା, ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ ଓ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ବିଭିନ୍ନ ତଥ୍ୟ ଯେଗାଇ ଆସୁଥିଲେ। ମେ ୧୪ରେ ପ୍ରଥମେ ଏସ୍‌ଟିଏଫ୍‌ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ଲ୍ୟାପ୍‌ଟପ, ୪୭ଟି ସିମ୍‌କାର୍ଡ, ୬୧ଟି ଏଟିଏମ୍ କାର୍ଡ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ପରେ ଆତଙ୍କୀ ଲିଙ୍କ୍‌ର ଗୁମର ପଦାକୁ ଆସିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।