ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କ୍ବାରେଣ୍ଟାଇନ୍ ସେଣ୍ଟର ଯିବାକୁ ମନାକଲେ ବ୍ୟକ୍ତି: ଘରୁ ଘୋଷାଡ଼ି ଘୋଷାଡ଼ି ନେଲେ ଚୀନ୍ ଅଧିକାରୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଳୀ, ୪/୧୨: ଚୀନରେ ବର୍ତ୍ତମାନ କରୋନା ସଂକ୍ରମଣ ଜାରି ରହିଛି। ସଂକ୍ରମଣ ଯୋଗୁଁ କଠୋର କଟକଣା ମଧ୍ୟ ଲଗାଯାଇଛି। ତେବେ ଚୀନରେ କରୋନା ଭାଇରସ ପ୍ରତିବନ୍ଧକକୁ ନେଇ ତୀବ୍ର ପ୍ରତିବାଦ ପରେ ପ୍ରତିବନ୍ଧକ କୋହଳ ହୋଇଥିଲା। ହେଲେ ଏହାରି ମଧ୍ୟରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଦେଶରେ କରୋନା ସଂକ୍ରମଣର କଠୋର ନିୟମକୁ ଦର୍ଶାଉଛି। ସାମ୍ନାକୁ ଆସିଥିବା ଏକ ଭିଡିଓରେ ଦେଖାଯାଉଛି ଯେ ସ୍ବାସ୍ଥ୍ୟ ଅଧିକାରୀମାନେ କିପରି ଜଣେ ବ୍ୟକ୍ତିଙ୍କୁ ଘୋଷାଡ଼ି ଘୋଷାଡ଼ି ଘରୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ନେଉଛନ୍ତି।

ସିଏନଏନ ତରଫରୁ ସେୟାର କରାଯାଇଥିବା ଏକ ଭିଡିଓରେ ଦେଖଯାଉଛି ଯେ, ପିପିଇ କିଟ୍ ପିନ୍ଧିଥିବା ଦୁଇ ଜଣ ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ବଳପୂର୍ବକ କ୍ବାରେଣ୍ଟାଇନ୍ ସେଣ୍ଟରକୁ ନିଆଯାଉଛି। ବ୍ୟକ୍ତି ଜଣକ ଯିବାକୁ ଚାହୁଁନଥିଲେ ବି ତାଙ୍କୁ ବଳପୂର୍ବକ ନିଆଯାଉଛି। ରିପୋର୍ଟ ଅନୁଯାୟୀ ବ୍ୟକ୍ତି ଜଣକ କୋଭିଡ୍ ସଂକ୍ରମିତଙ୍କ କ୍ଲୋଜ୍ କଣ୍ଟାକ୍ଟରେ ଆସିଥିଲେ ତେବେ କ୍ବାରେଣ୍ଟିନ୍ ସେଣ୍ଟରକୁ ଯିବାକୁ ମନା କରିଥିଲେ। ରିପୋର୍ଟ ଅନୁଯାୟୀ ଅଧିକାରୀମାନେ ପରବର୍ତ୍ତୀ ସମୟରେ କ୍ଷମା ମାଗିଥିଲେ। ସେପଟେ ଘଟଣାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ରଏଟରର ଏକ ରିପୋର୍ଟ ଅନୁଯାୟୀ, ସରକାର କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଘରେ କ୍ବାରେଣ୍ଟିନ୍‌ରେ ରହିବାକୁ ଅନୁମତି ଦେଇଛନ୍ତି। ଗର୍ଭବତୀ ମହିଳା, ବରିଷ୍ଠ ନାଗରିକଙ୍କୁ ଘରେ କ୍ବାରେଣ୍ଟାଇନ୍‌ରେ ରହିବାକୁ ଅନୁମତି ଦିଆଯାଇଛି ଏବଂ ଯେଉଁମାନେ କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତରେ ଘରେ କ୍ବାରେଣ୍ଟାଇନ୍‌ରେ ରହିବାକୁ ଅନୁମତି ଦିଆଯାଇଛି। ସୂଚନାଯୋଗ୍ୟ, ଚୀନରେ ଡିସେମ୍ବର ୧ ସୁଦ୍ଧା ୩୪,୯୮୦ ସଂକ୍ରମିତ ଚିହ୍ନଟ ହେଲେଣି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ