କୋଲେଷ୍ଟ୍ରଲ ଏକ ପଦାର୍ଥ ଯାହା ବ୍ଲଡରେ ମିଳିଥାଏ । ଯଦିଓ ବଡିକୁ ହେଲ୍ଦି ସେଲ୍ସ ପାଇଁ କୋଲେଷ୍ଟ୍ରଲର ଆବଶ୍ୟକତା ରହିଥାଏ କିନ୍ତୁ ହାଇ ଲେବଲ କୋଲେଷ୍ଟ୍ରଲରେ ହାର୍ଟ ସମ୍ବନ୍ଧିତ ସମସ୍ୟାର ବିପଦ ମଧ୍ୟ ବଢିଥାଏ । ଏଥିପାଇଁ କୋଲେଷ୍ଟ୍ରଲକୁ କଣ୍ଟ୍ରୋଲରେ ରଖିବା ବହୁତ ଜରୁରି । ଏଭଳି କ୍ଷେତ୍ରରେ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ କାରଣ ଆମେ ଆପଣଙ୍କୁ ଜଣାଇବୁ କି କୋଲେଷ୍ଟ୍ରଲ କମ୍ କରିବା ପାଇଁ କେଉଁ କେଉଁ ଜିନିଷ ସେବନ କରିବା ଉଚିତ୍ ଏବଂ କଣ ସେବନ କରିବା ଉଚିତ୍ ନୁହେଁ ।
ଅଡସୀ ବା ଫେଶୀ
ଏହି ମଞ୍ଜି ଦେଖିବାରେ ଛୋଟ ଛୋଟ ହୋଇଥାଏ କିନ୍ତୁ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ଅଡସୀର ମଞ୍ଜି ପ୍ରତିଦିନ ସେବନ କରିବା ଫଳରେ ଆପଣଙ୍କ କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରହିଥାଏ ।
ଅଖରୋଟ
ଅଖରୋଟ୍ ବ୍ରେନ୍ ପାଇଁ ବହୁତ ଉତ୍ତମ । ଏଥିରେ ଓମେଗା ୩ ଫ୍ୟାଟି ଏସିଡ ଭରପୁର ଥାଏ । ଯଦି ଆପଣ ପ୍ରତିଦିନ ସକାଳେ ଏହାକୁ ଖାଇବେ ତେବେ କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରହିଥାଏ ।
କନ୍ଦମୁଳ
ଏଥିରେ ଭରପୁର ଫାଇବର ରହିଥାଏ । ଏହାକୁ ସେବନ କଲେ କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରହିଥାଏ । ଆପଣ ପ୍ରତିଦିନ ଏହାକୁ ସେବନ କରିବା ଉଚିତ୍ ।
କଦଳୀ
କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ କରିବା ପାଇଁ କଦଳୀ ରାମବାଣ । ଏଥିରେ ଫାଇବର ଏବଂ ପୋଟେସିୟମ ରହିଥାଏ ଯାହା ବ୍ଲଡ ପ୍ରେଶରକୁ କମ୍ କରିବାରେ ସାହାଯ୍ୟ କରେ । ଏଥିପାଇଁ ପ୍ରତିଦିନ କଦଳୀ ଖାଇବା ଉଚିତ୍ । ଜଳଖିଆର ୩୦ ମିନିଟ୍ ପୂର୍ବରୁ କଦଳୀ ସେବନ କରିବା ଉଚିତ୍ ।
ଓଟ୍ସ
ଓଟ୍ସକୁ ଜଳଖିଆ ଭାବେ ଗ୍ରହଣ କଲେ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଫାଇବର ରହିଥାଏ ଯାହା କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ପ୍ରତଦିନ ଓଟ୍ସ ସେବନ କରିବା ଉଚିତ୍ ।