ରାଜ୍ୟ ସ୍ପେଶାଲ ରିପୋର୍ଟ

କୋଲାବବାସୀଙ୍କୁ ମିଳୁନି ମୌଳିକ ସୁବିଧା, ବିକାଶର ସଂଜ୍ଞା ନେଇ ସରକାରଙ୍କୁ ପ୍ରଶ୍ନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କୋରାପୁଟ: କୋଲାବ କହିଲେ ମନରେ ଆସେ ସୁବିସ୍ତୀର୍ଣ୍ଣ ଜଳରାଶି। ପ୍ରାକୃତିକ ସବୁଜିମା‌ ସହ ପାହାଡ ପର୍ବତ ଓ ଡ୍ୟାମ। କୋଲାବର ନାଁ ଶୁଣିଲେ ମନରେ ଆସେ ପର୍ଯ୍ୟଟନ ଓ ଅବିକଶିତ ଅଞ୍ଚଳରେ ୭୦ ଦଶକରେ ଡ୍ୟାମର ନିର୍ମାଣ କଥା। କୋଲାବ ଡ୍ୟାମ ପାଇଁ ଖାଲି ଯେ ଜମି, ଶ୍ରମ ଓ ଭିଟା ମାଟି ଛାଡିଛନ୍ତି ତାହା ନୁହେଁ, ଶତାଧିକ ଘର କୋଲାବ ଜଳଭଣ୍ଡାରରେ ବୁଡ଼ିଯାଇଛି। ହେଲେ ‌ଜଳଭଣ୍ଡାର ଲାଗି ଯେଉଁମାନେ ବିସ୍ଥାପିତ ହୋଇଥିଲେ ସେମାନେ ନଦୀକୂଳରେ ଏକ ଗାଁ ଗଢ଼ିଥିଲେ। ତାହା ଏବେ କୋଲାବ ରୂପେ ପରିଚିତ। ୭୦ ଦଶକରେ ଯେବେ ଡ୍ୟାମ ତିଆରି ହେଉଥିଲା ସେହି ସମୟରେ ସେତେବେଳେ ସେଠାକାର ଲୋକ ଯେତିକି ବିସ୍ଥାପନ ଦୁଃଖ ଭୋଗିନଥିଲେ ବିସ୍ଥାପନ ପରେ ଏବେ ସରକାରଙ୍କ ତରଫରୁ ମୌଳିକା ସୁବିଧା ନମିଳିବା ତା’ଠୁ ଅଧିକ ଦୁଃଖ ଦେଇଛି। ଏଠିକୁ ଯେଉଁ ସରକାରୀ ଅଧିକାରୀ ଆସୁଛନ୍ତି ସେମାନେ ବିକାଶର ସଂଜ୍ଞା କ’ଣ ବୋଧେ ଜାଣିନାହାନ୍ତି ନା ଆନ୍ତରିକତା ଅଭାବରୁ ନୀରବ ରହୁଛନ୍ତି ତାହା ବୁଝିହେଉନି ବୋଲି କୋଲାବବାସୀ ପ୍ରଶ୍ନ କରିଛନ୍ତି।

କୋରାପୁଟ ଜିଲ୍ଲା ଲଙ୍କାପୁଟ ପଞ୍ଚାୟତ ଅନ୍ତର୍ଗତ କୋଲାବ ନଦୀକୂଳରେ ରହିଛି କୋଲାବ ଗାଁ। ଉପର ସାହି ଓ ତଳସାହି କରି ଏହି ଗାଁରେ ରହୁଛନ୍ତି ୯୦ରୁ ଅଧିକ ଆଦିବାସୀ, ଗରିବ ଓ ଖଟିଖିଆ ପରିବାର। କୋରାପୁଟ ସହର ଉପକଣ୍ଠରେ ରହିଥିବା ଏହି ଗାଁ ମୁଖ୍ୟାଳୟଠାରୁ ମାତ୍ର ୮ କି.ମି. ଦୂରରେ ରହିଛି। ହେଲେ ଗାଁକୁ ନିତିଦିନିଆ ରାସ୍ତା ଖଣ୍ଡେ ନାହିଁ। ଯେଉଁ ରାସ୍ତା ରହିଛି ତାହା କେବଳ ଖରାଦିନେ ଯିବା ଆସିବା ସମ୍ଭବ ହେଉଛି। ବର୍ଷା ୪ ମାସ ବିଚ୍ଛିନ୍ନାଞ୍ଚଳ ଭାବେ ରହିବାକୁ ପଡୁଛି। ଯଦି ହଠାତ୍‌ କାହାରର ଦେହ ଖରାପ ହେଲା ତେବେ କଥା ଶେଷ। ଭାର ଓ ଖଟିଆରେ ରୋଗୀଙ୍କୁ ଧରି ୮ କ‌ିଲୋମିଟର ୩ ପାହାଡ ଡେଇଁ ଆସିବାକୁ ପଡ଼ୁଛି। ଗାଁରୁ କୋରାପୁଟ ମେଡିକାଲ ‌ଦେଖାଯାଉ ଥିଲେ ମଧ୍ୟ ସମସ୍ୟା ଦେହସୁହା। ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏହି ଗାଁର ୨୦୦ରୁ ଅଧିକ ଭୋଟର ଭୋଟ ବର୍ଜନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଝାସୂଝା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ଜିଦରେ ଅଟଳ ରହି ଭୋଟ ଦେଇ ନଥିଲେ। ଆସନ୍ତା ଦିନରେ ସାଧାରଣ ନିର୍ବାଚନ ଆସୁଥିବାରୁ ଭୋଟ ବର୍ଜନ ସହ କୌଣସି ରାଜନେତାଙ୍କୁ ଗାଁ ମଧ୍ୟକୁ ପ୍ରବେଶ କରାଇବେ ନାହିଁ ବୋଲି କହିଛନ୍ତି ଗାଁ ମୁଖିଆ।

ପାଣି ନାହିଁ, ରାସ୍ତା ନାହିଁ, ନେଟୱାର୍କ ନାହିଁ
ଭୋଟ ବର୍ଜନ କରିଥିଲେ ବି ଶୁଣୁନି ପ୍ରଶାସନ
ଖାଲି ରାସ୍ତା ନୁହେଁ ମୌଳିକ ସୁବିଧା ଭାବେ ପାନୀୟ ଜଳ ଯୋଗାଣ ମଧ୍ୟ ଠିକ ନାହିଁ। ଗାଁରେ ୪ଟି ନଳକୂପ ରହିଥିବାବେଳେ ମାତ୍ର ଗୋଟିଏ ସଚଳ ରହିଛି। ଗାଁରେ ପାଇପ ଜଳ ଯୋଗାଣ ହୋଇଥିବାବେଳେ ୯୦ଟି ପରିବାରକୁ ଏହି ଜଳ ସମଦ୍ରକୁଶଙ୍ଖ‌େ ପରି ହୋଇଛି। ତେଣୁ ନିକଟରେ ରହିଥିବା ଝରଣା ଓ କୋଲାବ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି ଗାଁ ଲୋକେ। ଗାଁର ଗୌରୀ ମୁଦୁଲି କହିଛନ୍ତି ଯେ ୨୦୨୧-୨୨ ବର୍ଷରେ ଗାଁକୁ ମନରେଗାରେ ଏକ ରାସ୍ତା ନିର୍ମାଣ ପାଇଁ ଯୋଜନା ହୋଇଥିଲା। ୧୨ ଲକ୍ଷ ଟଙ୍କାରେ ମାଟି ରାସ୍ତା ନିର୍ମାଣ କରିଥିଲେ ଠିକାଦାର। ମାଟି ରାସ୍ତା ଉପରେ ମାଟି ପକାଇ ଟଙ୍କା ହଡପ କରିଥିବା ସେ ଅଭିଯୋଗ କରିଛନ୍ତି। ଗାଁର ଦାନୁ ମୁଦୁଲି କହିଛନ୍ତି ଯେ ଗାଁରେ ରାସ୍ତା ନାହିଁ କିନ୍ତୁ ଗାଁ ନିକଟ ଦେଇ ଯାଇଥିବା ନାଳ ଖୋଳାଯାଉଥିଲା। ରାସ୍ତା ନାହିଁ, ନାଳ ଖୋଳୁଛ ବୋଲି ଅଭିଯୋଗ କରିବାରୁ ଠିକାଦାର ପଳାଇଲେ। ପରେ ଆମେ ଜାଣିବାକୁ ପାଇଲୁ ଯେ ଗାଁରେ ଏହି କାମକୁ ବିଲ୍‌ କରାଇ ବ୍ଲକ ପ୍ରଶାସନ ଓ ଠିକାଦାର ମାଲେ ମାଲେ ବୋଲି ସେ କହିଛନ୍ତି। ଏନେଇ ବିଡିଓ ନରେନ୍ଦ୍ର ନାୟକ କହିଛନ୍ତି ଯେ ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବାକୁ ପାଇଛୁ। କ୍ଷେତ୍ର ପରିଦର୍ଶନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ବ୍ଲକର ଜଣେ ମୁଖ୍ୟ ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବାକୁ ପାଇଛୁ ବୋଲି କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲୋକଙ୍କୁ ମୌଳିକ ସୁବିଧା ‌ଯୋଗାଇବାକୁ ତାଙ୍କର ଆଦୌ ଧ୍ୟାନ ନଥିବା ଏଥିରୁ ସ୍ପଷ୍ଟ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।