ରାଜ୍ୟ ସ୍ପେଶାଲ ରିପୋର୍ଟ

କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ସମେତ ୫ଦଫା ଦାବି

ଜୟପୁର: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ଜିଲ୍ଲାଭିତ୍ତିକ ନିଯୁକ୍ତି ଆଦି ୫ଦଫା ଦାବିକୁ ନେଇ ଆଜି ୯ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଜିଲ୍ଲାର ସୁଙ୍କି, ଚାନ୍ଦିଲି, କୋଟପାଡ, ବୋରିଗୁମ୍ମା, ଜୟପୁର, କୋରାପୁଟ, ଲମତାପୁଟ, ପଟ୍ଟାଙ୍ଗି ସହ ସବୁ ବ୍ଲକ ସଦର ମହକୁମା, ପୌରପାଳିକା ଓ ଏଏନସିରେ ସମ୍ପୂର୍ଣ୍ଣ ରୁପେ ବନ୍ଦ କରାଯାଇଥିବାର ଖବର ମିଳିଛି। ଏହି ବନ୍ଦର ପ୍ରଭାବ ଜନଜୀବନକୁ ପ୍ରଭାବିତ କରିଛି। ଆଜି ଦୋକାନବଜାର, ବସ୍ ଓ ଟ୍ରକ୍ ଚଳାଚଳ ବନ୍ଦ ରହିଛି। ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବା ପରିଲକ୍ଷିତ ହୋଇଛି।

ସୂଚନାଯୋଗ୍ୟ, ଗତ ଶନିବାର ସ୍ଥାନୀୟ ବାଙ୍କମଠ ପରିସରରେ ୧୨ଘଣ୍ଟିଆ ବନ୍ଦ ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାନେତ୍ରୀ ମୀନାକ୍ଷୀ ରାଣୀ ବାହିନୀପତିଙ୍କ ସଭାପତିତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜୟପୁର ବିଧାୟକତାରା ପ୍ରସାଦ ବାହିନୀପତି, ବରିଷ୍ଠ କଂଗ୍ରେସ ନେତା ବୁଲୁ ସାହୁ, ରାମଚନ୍ଦ୍ର ପାଢ଼ୀ, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, କୋଟପାଡ ଏନଏସି ଅଧ୍ୟକ୍ଷ ଶଙ୍କର ରାଓ, ମନୋହର ବିଷୋଇ, ମଣି ପଟ୍ଟନାୟକ, ହାସନ ମାଦାନି, ଦେବେନ୍ଦ୍ର ବାହିନୀପତି, କାନ୍ତ ପାଢ଼ୀ, ଦୁର୍ଗା ପ୍ରସାଦ ଶର୍ମା, ଜିଲ୍ଲାପରିଷଦ ସଭ୍ୟ ପିଙ୍କୁ ଶତପଥୀ ପ୍ରମୁଖମଞ୍ଚାସୀନ ଥିଲେ। ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳର ସଭାପତି ଓ ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଆଦି ଏହି ପ୍ରସ୍ତୁତି ବୈଠକରେ ଭାଗ ନେଇଥିଲେ। ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଓ ଯୁବତୀ ମାନଙ୍କୁ ଜିଲ୍ଲାର ବିଭିନ୍ନ ପଦବୀରେ ନିଯୁକ୍ତି ଦେବା ପାଇଁ ବାରମ୍ବାର ବିଧାନସଭାରେ ଦାବି କରିବା ସତ୍ବେ ସରକାର ଏ ଦିଗରେ ସାମାନ୍ୟତମ କର୍ଣ୍ଣପାତ କରୁ ନାହାନ୍ତି। ଫଳସ୍ବରୁପ ବାହାର ଜିଲ୍ଲାର ପିଲା ଜାଲ୍ ଶିକ୍ଷାଗତ ପ୍ରମାଣପତ୍ରରେ ଏଠାରେ ନିଯୁକ୍ତି ପାଇବା ସହ ଜିଲ୍ଲାରେ ବହୁ ଅନୈତିକ କାର୍ଯ୍ୟକଳାପ କରୁଥିବା ଅଭିଯୋଗ ଉଠାଇଥିଲେ। କୋରାପୁଟ ଠାରେ ଥିବା ବିଏଡ୍ କଲେଜକୁ ଜାଣି ଶୁଣି ସରକାର ବନ୍ଦ କରାଇଛନ୍ତି। ଏଠାରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୁରଣ ନ କରିବା ଫଳରେ ଏହା ବନ୍ଦ ହୋଇଯାଇଛି। ତେଣୁ ତୁରନ୍ତ ଏହାକୁ ଖୋଲିବାକୁ ସେ ଦାବି କରିଥିଲେ। ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ସେ ବ୍ୟକ୍ତିଗତ ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଅନୁରୋଧ ପତ୍ର ଦେଇଥିଲେ।

ଜଗନ୍ନାଥସାଗରର ପାର୍ଶ୍ବରେ ୮ଏକର ଜମି ଚିହ୍ନଟ କରି ଜିଲ୍ଲାପ୍ରଶାସନ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଇୟରମାର୍କ (ସ୍ବତନ୍ତ୍ର ଚିହ୍ନଟ) କରି ରଖିଥିବା ସମ୍ପର୍କରେ ଅବଗତ କରାଇଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପୁରୁଣା ଅନ୍ବେଷା ଛାତ୍ରବାସକୁ ୨୮ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହାର ପୁନଃ ରୁଦ୍ଧାର ତଥା ପୁନଃନିର୍ମାଣ କରାଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ମାର୍ଗଦର୍ଶିକା ଅନୁଯାୟୀ , ସଂଗଠନର ଗୋଟିଏ ପ୍ରତିନିଧି ଦଳ ଜୟପୁର ଆସି ଚିହ୍ନଟ ଜମି ଓ ଅସ୍ଥାୟୀ ବିଦ୍ୟାଳୟ କ୍ୟାମ୍ପସ ବି ବୁଲି ସକାରତ୍ମକ ରିପୋର୍ଟ ବି ଦେଇଥିଲେ।


ରାଜ୍ୟ ସରକାର ବି ଏହି ରିପୋର୍ଟକୁ କେନ୍ଦ୍ରସରକାରଙ୍କ ନିକଟକୁ ପଠାଇ ସାରିଥିବା ବି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଅବଗତ କରିଥିବା କହିଛନ୍ତି ବିଧାୟକ। ଏହା ବାଦେ ବି ରାଜନୈତିକ ଅଭିସନ୍ଧି ରଖି କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି ବୋଲି ବିଧାୟକ ବାହିନୀପତି ଅଭିଯୋଗ କରିଥିଲେ। ଜିଲ୍ଲାରେ ଗରିବ ପିଲା ମାନେ ରହୁଥିବାରୁ ସେମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଡ୍ରାଇଭିଂ ତାଲିମଓ ଗବେଷଣା କେନ୍ଦ୍ର ଆରମ୍ଭ କରାଗଲେ ଉପକୃତ ହୋଇ ପାରିବେ ବୋଲି ବିଧାୟକ ଦାବି କରିଥିଲେ। ଏସବୁ ଦାବିକୁ ନେଇ ଗତ ୨୯ତାରିଖ ଦିନ ମୁଖ୍ୟଡାକଘର ନିକଟରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା। ସମ୍ଭାବ୍ୟ ଲଘୁଚାପ ବାତ୍ୟା ଯଦି ୯ତାରିଖରେ ହେବ ତେବେ ଏହାକୁ ଘୁଞ୍ଚାଯିବ ନଚେତ ୯ତାରିଖରେ ହିଁ ଜିଲ୍ଲାବ୍ୟାପି ଅଖଚକ ବନ୍ଦ କରାଯିବ ବୋଲି ବିଧାୟକ ଚେତାବନୀ ଦେଇଥିଲେ। ଦଳମତ ନିର୍ବିଶେଷ ସହ ବିଭିନ୍ନ ସଂଗଠନ, ସମାଜ ଗୁଡିକ ବନ୍ଦକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ସିପିଆଇ ପକ୍ଷରୁ ଏହି ବନ୍ଦକୁ ସମର୍ଥନ କରାଯିବ ବୋଲି କହିଥିଲେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।