ରାଜ୍ୟ ସ୍ପେଶାଲ ରିପୋର୍ଟ

କୋରମ୍ ହେଲାନି, ପିଏସି ବୈଠକ ବାତିଲ୍

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ଏକ ଗୁରୁତ୍ବପୂର୍ଣ୍ଣ କମିଟି ହେଉଛି ପବ୍ଲିକ୍ ଆକାଉଣ୍ଟ୍‌ସ୍‌ କମିଟି(ପିଏସି)। କିନ୍ତୁ କୋରମ୍ ଅଭାବରୁ ଏହି କମିଟିର ବୈଠକ ହୋଇପାରୁନି। ଏମିତି ଏକ ଅଭାବନୀୟ ଘଟଣା ସୋମବାରଦିନ ଦେଖିବାକୁ ମିଳିଛି। କମିଟିର ସଦସ୍ୟ ଥିବା ୮ ଜଣ ଶାସକ ଦଳର ସଭ୍ୟଙ୍କ ମଧ୍ୟରୁ କେହି ନ ଆସିବାରୁ ଏମିତି ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ପିଏସି ଅଧ୍ୟକ୍ଷ ମୋହନ ଚରଣ ମାଝୀ ଭୀଷଣ କ୍ଷୋଭ ପ୍ରକାଶ କରିଛନ୍ତି।

ଶ୍ରୀ ମାଝୀ ପିଏସିର ଅଧ୍ୟକ୍ଷ ଥିଲା ବେଳେ ବିଜେପିରୁ ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଜେଡିରୁ ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାଶ, ଶାରଦା ନାୟକ, ଦିବ୍ୟଶଙ୍କର ମିଶ୍ର, ବ୍ରଜ ପ୍ରଧାନ, ଅନନ୍ତ ନାରାୟଣ ଜେନା ଓ ପ୍ରଣବ ବଳବନ୍ତରାୟ ସଦସ୍ୟ ଅଛନ୍ତି। ବୈଠକର କୋରମ୍ ପାଇଁ ଅତି କମ୍‌ରେ ୪ ଜଣ ସଦସ୍ୟଙ୍କ ଆବଶ୍ୟକତା ରହିଛି। କିନ୍ତୁ ଆଜି ଡକାଯାଇଥିବା ବୈଠକରେ ସେତିକି ସଦସ୍ୟ ବି ଉପସ୍ଥିତ ନଥିଲେ। ଅଧ୍ୟକ୍ଷ ଶ୍ରୀ ମାଝୀ ଓ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ବୈଠକକୁ ଆସିଥିଲେ ମଧ୍ୟ କୋରମ୍ ଅଭାବରୁ ବୈଠକ ହୋଇପାରି ନଥିଲା। ବିଜେପି ସଭ୍ୟ ଶ୍ରୀ ନାଏକ ଅସୁସ୍ଥତା କାରଣରୁ ଆସି ପାରିନଥିଲା ବେଳେ ବିଜେଡିର କେହି ଆସି ନଥିଲେ।

ଶ୍ରୀ ମାଝୀ କହିଛନ୍ତି ଯେ ପିଏସିରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାକୁ ଥିବାରୁ ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହେବ। ତେଣୁ ଜାଣିଶୁଣି ଏହାକୁ ଭଣ୍ଡୁର କରିବା ପାଇଁ ଶାସକ ଦଳ ଷଡ଼ଯନ୍ତ୍ର କରୁଛି। କେବଳ ଏହି ବୈଠକ ନୁହେଁ, ଲଗାତର ଭାବେ ଚାରିଟି ବୈଠକରେ ଶାସକ ଦଳ ସଭ୍ୟମାନେ ଅସହଯୋଗ କରୁଛନ୍ତି। ଲଗାତର ତିନିଟି ବୈଠକରେ ଅନୁପସ୍ଥିତ ଥିବା ସଦସ୍ୟଙ୍କୁ କମିଟିରୁ ବିଦା କରିବା ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ସୂଚନାଯୋଗ୍ୟ ଯେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପିଏସି ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ। କିନ୍ତୁ ସେ କରୋନାରେ ପୀଡ଼ିତ ହୋଇ ଅସୁସ୍ଥ ଥିବା ଯୋଗୁ ଦୀର୍ଘ ଦିନ ଧରି ସେ ବିଧାନସଭା ଆସିପାରୁ ନାହାନ୍ତି। ସେଥିପାଇଁ ପିଏସି ବୈଠକ ହୋଇ ପାରୁନଥିଲା। ଗତ ବିଧାନସଭା ସମୟରେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ସେ ପିଏସି ଅଧ୍ୟକ୍ଷ ହୋଇ ନଥିଲେ। ମୋହନ ମାଝୀଙ୍କୁ ଏହି ଦାୟିତ୍ବ ଅର୍ପଣ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।