ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ ମହାମାରୀ ବିନାଶ ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସଂକୀର୍ତ୍ତନ

ପୁରୀ ୧୫/୦୧: କୋଭିଡ ମହାମାରୀ ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏହାର ବିନାଶ ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସଂକୀର୍ତ୍ତନ କରାଯାଇଛି । ଜଗତର କଲ୍ୟାଣ ପାଇଁ ଆଜକୁ ଚାରିବର୍ଷ ଧରି ମଙ୍ଗୁ ମଠ ପରିସରରେ ଏହି ସଂକୀର୍ତ୍ତନ ଉତ୍ସବ ପାଳନ ହୋଇ ଆସୁଛି । ତେବେ ସାରା ଦେଶରେ କୋଭିଡ ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ହେଲେ ସରକାରଙ୍କ ସମସ୍ତ ନିୟମ ମାନି ଚଳିବାକୁ ପଡିବ ।

ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ସୀତାରାମ ନାମ ଜପିବାକୁ ପଡିବ । ତେବେ ଯାଇ କୋଭିଡର ବିନାଶ ହେବ ବୋଲି କହିଛନ୍ତି ଜନକପୁର ମିଥଲାଧାମର ବାଲ ବ୍ରହ୍ମଚାରୀ ଧିରେନ୍ଦ୍ର ଶରଣ ଦାସଜୀ । ଏଭଳି ସଂକୀର୍ତ୍ତନ ଦ୍ୱାରା ହିଁ ବିଶ୍ୱରୁ କରୋନା ମହାମାରୀର ବିନାଶ ହେବ ଓ ଜଗତର କଲ୍ୟାଣ ହେବ ବୋଲି ଏହି ବାଲ ବ୍ରହ୍ମଚାରୀ କହିଛନ୍ତି।

ଏହି ସଂକୀର୍ତ୍ତନ କାର୍ଯ୍ୟକ୍ରମକୁ କୈଳାଶ ୟାଦବ, ଅମୋଲା ଦେବୀ ୟାଦବ, କମଲେଶ ୟାଦବ, ରାମ ଉଦେୟ ୟାଦବ ପରିଚାଳନା କରିଥିଲେ। ଏହି ଅବସରରେ ଜ୍ୟୋତିର୍ବିଦ ଡ. ପ୍ରଦୀପ କୁମାର ଚୌଧୁରୀଙ୍କ ଦ୍ୱାରା ରଚିତ ଭକ୍ତରାଜ ହନୁମାନ ପୁସ୍ତକ ଉନ୍ମୋଚନ ହୋଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ