ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ ପଜିଟିଭ ହେଲେ ବର: ପିପିଇ କିଟ୍ ପିନ୍ଧି ବିବାହ କଲେ କନ୍ୟା

କେରଳ ୨୬/୪: ପିପିଅ କିଟ୍ ପିନ୍ଧି ବିବାହ କଲେ କନ୍ୟା । କୋଭିଡ ପଜିଟିଭ ବର ଦେଲେ ମଥାରେ ସିନ୍ଦୁର । ଘଟଣା ଘଟିଛି କେରଳ ଥିରୁଭନ୍ତପୂରମରେ । ଏଠାରେ ଥିବା ମେଡିକାଲରେ ଅନୁଷ୍ଠିତ ହୋଇଥିଲା ଏଭଳି ବିବାହ । ମଣ୍ଡପ ପାଲଟିଯାଇଥିଲା କୋବିଡ୍ ବେଡ । ଆଲ୍ଲାପ୍ପୁଜା କେନାକାରୀରେ ରୁହନ୍ତି ଶରତ ଓ ଅଭରାମୀ । ବିଦେଶରେ ଚାକିରୀ କରୁଥିବା ଶରତ ବିବାହ ପାଇଁ ଭାରତ ଆସିଥିଲେ । ଆଉ ବିବାହ ପାଇଁ କିଣାକିଣି କରୁଥିବା ସମୟରେ ସେ କରୋନାରେ ସଂକ୍ରମିତ ହୋଇଥିଲେ ।

ଏପରିକି ଶରତଙ୍କ ମାଆ ମଧ୍ୟ ସଂକ୍ରମିତ ହୋଇଥିଲେ । ଫଳରେ ଉଭୟ ମାଆ ଓ ପୁଅଙ୍କୁ ଚିକିତ୍ସା ପାଇଁ ଆଲାପ୍ପୁଜା ମଡିକାଲର କୋଭିଡ ଓ୍ୱାର୍ଡରେ ଭର୍ତ୍ତି ହୋଇଥିଲେ । ଏପଟେ ବିବାହ ତାରିଖ ବି ପାଖେଇ ଆସୁଥିଲା । ଅର୍ଥାତ୍ ଏପ୍ରିଲ୍ ୨୫ରେ ଥିଲା ବିବାହ ଲଗ୍ନ । ଶେଷରେ ଏକଥା ଜଣାପଡିବା ପରେ ଦୁଇ ପରିବାର ବିବାହ ଘୁଞ୍ଚାଇବା ବଦଳରେ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେମାନେ କଲେକ୍ଟର ଏବଂ ଅନ୍ୟ ଅଧିକାରୀଙ୍କ ମତାମତ ଲୋଡିଥିଲେ ।


ପରିଶେଷରେ ଆଲ୍ଲାପ୍ପୁଜା ମେଡିକାଲ କଲେଜ କୋଭିଡ ଓ୍ୱାର୍ଡରେ ଅନୁଷ୍ଠିତ ହୋଇଥିଲା ବିବାହ । ଆଉ ବିବାହ କରିବାକୁ କନ୍ୟାକୁ ଓ ଅନ୍ୟ ସଂପର୍କୀୟଙ୍କୁ ପିନ୍ଧିବାକୁ ପଡିଥିଲା ପିପିଇ କିଟ୍ । ପରେ ବୈଦିକ ରୀତିନୀତି ଅନୁସାରେ ହସ୍ପିଟାଲରେ ବର କନ୍ୟା ଉଭୟ ଉଭୟଙ୍କୁ ମାଳା ପିନ୍ଧାଇବା ସହ ବର କନ୍ୟା ମଥାରେ ସିନ୍ଦୁର ଦେଇଥିଲେ । ପରେ ପୁଅ ବୋହୁ କରୋନାରେ ପୀଡିତ ମାଆଙ୍କ ଆଶିଷ ନେଇଥିଲେ। ଦେଶରେ ଲକଡାଉନ ହେତୁ ଅନେକ ସ୍ଥାନରେ ବିବାହ ଆଦି କାର୍ଯ୍ୟକ୍ରମର କଟକଣା ଲାଗିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ