ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ କଟକଣା ମଧ୍ୟରେ ହେବ ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛନ୍ତି | ତାଙ୍କ ସୂଚନା ମୁତାବକ କୋଭିଡ ଗାଇଡଲାଇନ ମାନି ଭୋଟ ଗ୍ରହଣ କରାଯିବ | ସେହିପରି କୋଭିଡ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବାକୁ ଥିବାବେଳେ ସମସ୍ତେ ମାସ୍କ ପିନ୍ଧିବାକୁ ନିୟମ କରାଯାଇଛି | ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ | ଦିବ୍ୟାଙ୍ଗ ଓ କରୋନା ଆକ୍ରାନ୍ତ ମଧ୍ୟ ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ | ତେବେ ଦିବ୍ୟାଙ୍ଗ ବ୍ୟକ୍ତି ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇଲେ ହିଁ ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ |

ନିର୍ବାଚନରେ ସମ୍ପୃକ୍ତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ବିବେଚନା କରାଯିବ ଓ ନିର୍ବାଚନରେ ଭାଗ ନେଉଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ | ସାମାଜିକ ଦୂରତା ଅବଲମ୍ବନ କରାଯିବା ସହ କୋଭିଡ ଗାଇଡଲାଇନ କିଭଳି ଅବଲମ୍ବନ କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ | ସୂଚନା ଥାଉ କି ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ। ଏଥିପାଇଁ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ରେ ରଖାଯାଇଛି।

ମାର୍ଚ୍ଚ ୩୧ରେ ନାମାଙ୍କନଗୁଡ଼ିକ ଯାଞ୍ଚ ହେବ ଓ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରଖାଯାଇଛି। ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ମଧ୍ୟ ପ୍ରକାଶ ପାଇବ। ସୂଚନାଯୋଗ୍ୟ ଯେ ୨୦୨୦ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲିରେ ଉପନିର୍ବାଚନ ହେଉଛି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର