କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ କଟକଣା ଭିତରେ ରାଜ୍ୟରେ ପାଳନ ହେଉଛି ବଡ଼ଦିନ ରାଜଧାନୀର ସତ୍ୟ ନଗର ଗୀର୍ଜାରେ ପାଳନ

ଭୁବନେଶ୍ବର: କୋଭିଡ କଟକଣା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ଦିନ ପାଳନ ହେଉଛି। ଓଡ଼ିଶାର ବିଭିନ୍ନ ଗୀର୍ଜାରେ ପ୍ରଭୁ ଯୀଶୁଙ୍କୁ ଶ୍ରଦ୍ଧାଳୁମାନେ ପ୍ରାର୍ଥନା କରୁଥିବା ଜଣାଯାଇଛି। ପ୍ରାୟ ନଅ ମାସ ପରେ ଗୀର୍ଜାଗୁଡ଼ିକ ଆଜି ଖୋଲାଯାଇଥିବାରୁ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଖୁସି ଜାହିର୍ କରିଛନ୍ତି। ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ଭୁବନେଶ୍ବର, କଟକ, ବାଲେଶ୍ବର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସମେତ ଓଡ଼ିଶାର ବିଭିନ୍ନ ଗୀର୍ଜାରେ ବଡ଼ଦିନ ପାଳନ ହେଉଛି। ବିଶେଷ କରି କନ୍ଧମାଳ ଓ ମାଲକାନଗିରିରେ ଗୀର୍ଜାଗୁଡ଼ିକରେ ଏଥିନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି।

ରାଜଧାନୀର ସତ୍ୟ ନଗର ଗୀର୍ଜାରେ ପାଳନ କରାଯାଉଛି ବଡ଼ ଦିନ। ଏଠାରେ ଏକା ଥରକରେ ୧୪୦ ଜଣ ଗୀର୍ଜା ମଧ୍ୟରେ ପ୍ରବେଶ କରୁଛନ୍ତି ଓ ମାସ୍କ ଓ ସାନିଟାଇଜର ବ୍ୟବହାର କରି ସାମାଜିକ ଦୂରତା ସହ କୋଭିଡ ନିୟମ ପାଳନ କରି କରୁଛନ୍ତି ପ୍ରାର୍ଥନା। କରୋନା ମହାମାରୀ ପ୍ରାଣୀ ଜଗତର କ୍ଷତି ସାଧନ ନ କରୁ ଏବଂ ଶାନ୍ତି ଓ ସତ୍ୟର ପ୍ରତିଷ୍ଠା ଲାଗି ପ୍ରଭୁଙ୍କ ପାଖରେ ପ୍ରାର୍ଥନା ଜଣାଉଛନ୍ତି । ଭୁବନେଶ୍ୱରରେ ଗୀର୍ଜା ଖୋଲିଥିବାରୁ ବିଏମସି କମିଶନର ଓ ରାଜ୍ୟ ସରକାରଙ୍କୁ ଶ୍ରଦ୍ଧାଳୁମାନେ ଧନ୍ୟବାଦ ଜଣାଇଛନ୍ତି। ସେମାନେ ପ୍ରଭୁଙ୍କୁ ଦର୍ଶନ ପାଇଁ ସୁଯୋଗ ପାଇଥିବାରୁ ଖୁସି ଥିବା କହିଛନ୍ତି ।

ରାଉରକେଲାର ଗୀର୍ଜା
ଗତକାଲି ରାତିରେ ରାଜଧାନୀର ଗୀର୍ଜାଗୁଡ଼ିକ ଉପରେ ନଜର ରଖିଥିଲେ ବିଏମସି ଓ ପୁଲିସ । ମଧ୍ୟ ରାତିରେ ବିଏମସି ପକ୍ଷରୁ ଏକ ଟିମ୍ ଭୁବନେଶ୍ୱରରେ ସମସ୍ତ ଗୀର୍ଜାକୁ ବୁଲି ଦେଖିବା ସହ ଗହଳି ନ କରିବାକୁ ଲୋକଙ୍କୁ କହିଥିଲେ । କିନ୍ତୁ ଗୋଟିଏ ଗୀର୍ଜାକୁ ଛାଡି ରାଜଧାନୀରେ କେହି ବଡ଼ଦିନ ପାଳନ ଲାଗି ଅନୁମତି ପାଇଁ ଆବେଦନ କରିନାହାନ୍ତି । ତେଣୁ ଆଜି ରାଜଧାନୀର ଅନ୍ୟ ସବୁ ଗୀର୍ଜା ବନ୍ଦ ରହିଥିବା ଜଣାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,