ଭୁବନେଶ୍ବର: ରୁକୁଣା ରଥକୁ ନେଇ ବିଏମସି ପକ୍ଷରୁ ନୂଆ ଗାଇଡ ଲାଇନ ଜାରି କରାଯାଇଛି। ଏଥର ରୁକୁଣା ରଥଯାତ୍ରାରେ ଭକ୍ତଙ୍କୁ ବାରଣ କରାଯାଇଛି। କେବଳ ସେବାୟତଙ୍କ ଉପସ୍ଥିତିରେ ହେବ ରଥ ଯାତ୍ରା।
ଏହାଛଡ଼ା ୪୮ ଘଣ୍ଟା ସେବାୟତଙ୍କ ଆରଟିପିସିଆର୍ ଟେଷ୍ଟ ପୂର୍ବରୁ କରାଯିବା ଲାଗି ସ୍ଥିର ହୋଇଛି। ନେଗେଟିଭ ଆସିଥିବା ସେବାୟତ ହଁଇ ଯୋଗଦେବେ। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସେବାୟତମାନଙ୍କର ଦୈନିକ ଭିତ୍ତିରେ ଥର୍ମାଲ୍ ସ୍କ୍ରିନିଂ କରିବାକୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।
ଏଠାରେ ଖାଦ୍ୟ ବିକ୍ରେତା / ମୀନା ବଜାର / ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ପ୍ରକାର କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କାରଣ ଏହା ଏକତ୍ର ହେବା ଏବଂ ଅପରିଷ୍କାର ପରିବେଶ ସୃଷ୍ଟି କରିବା ଦ୍ବାରା କରୋନା ସଂକ୍ରମଣ ବଢ଼ିପାରେ। ରଥଯାତ୍ରା ସମୟରେ କିମ୍ବା ଅନ୍ୟ କୌଣସି ସମୟରେ ବାଣ ଫୁଟାଇବା ବି ମନା। ପର୍ବ ସମୟରେ ଛେପ ପକାଇବା ଏବଂ ପାନ / ଗୁଟଖା ଚୋବାଇବାକୁ ବି ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।