ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ ଓ ଯୁଦ୍ଧ ଆତଙ୍କ ମଧ୍ୟରେ ନୂଆବର୍ଷକୁ ସ୍ବାଗତ

ନୂଆଦିଲ୍ଲୀ: ବିଶ୍ବର ୮୦୦ କୋଟି ଲୋକ କରୋନା ମହାମାରୀ ଏବଂ ଯୁଦ୍ଧ ଆତଙ୍କ ମଧ୍ୟରେ ନୂଆବର୍ଷ-୨୦୨୩କୁ ସ୍ବାଗତ କରିଛନ୍ତି। ନୂଆ ବର୍ଷ ପାଇଁ ଅନେକ ନୂଆ ଆଶା ରହିଛି। ୟୁରୋପରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ଥମିବାର ସବୁଠାରୁ ବଡ଼ ଆଶା ବିଶ୍ବ ପାଇଁ ଆଶ୍ବସ୍ତି ଆଣିପାରେ। କିନ୍ତୁ ଉଭୟ ୟୁକ୍ରେନ ଏବଂ ରୁଷ୍‌ ଶାନ୍ତି କଥାବାର୍ତ୍ତା ପାଇଁ ଆଗଭର ନଥିବାରୁ ଆଗକୁ କ’ଣ ହେବ ତା’ ଉପରେ ସାରା ବିଶ୍ବର ନଜର ରହିଛି। ବର୍ଷ ଶେଷରେ ଚୀନ୍‌ ସମେତ ଅନ୍ୟ କିଛି ରାଷ୍ଟ୍ରରେ କରୋନା ମହାମାରୀ ଆତଙ୍କ ଖେଳାଇଛି। ଚୀନ୍‌ରେ କରୋନା ମହାମାରୀ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଆଗକୁ ବିଶ୍ବରେ ଅନ୍ୟ ରାଷ୍ଟ୍ରମାନଙ୍କରେ ସ୍ଥିତି କ’ଣ ରହିବ ତା’ ଉପରେ ନଜର ରହିଛି। ଏନେଇ ଭୟ ମଧ୍ୟ ବଢ଼ିଛି। ୨୦୨୨ ବର୍ଷରେ ବିଶ୍ବ ଅନେକ ପ୍ରମୁଖ ବ୍ୟକ୍ତିତ୍ବଙ୍କୁ ହରାଇଛି। ରାଣୀ ଏଲିଜାବେଥ ଦ୍ବିତୀୟ, ବ୍ରାଜିଲର ଫୁଟବଲ କିମ୍ବଦନ୍ତୀ ପେଲେ ଏବଂ ସିଂଜୋ ଆବେଙ୍କ ପରି ପ୍ରମୁଖ ବ୍ୟକ୍ତିବିଶେଷଙ୍କ ପରଲୋକ ହୋଇଛି । ଇତି ମଧ୍ୟରେ କିଛି ରାଷ୍ଟ୍ରରେ କରୋନା କଟକଣା କୋହଳ ହେବା ସହ ନୂଆବର୍ଷ ଉତ୍ସବ ଜମିଯାଇଛି। ଦୀର୍ଘ ୨ ବର୍ଷର ମହାମାରୀ କଟକଣା ହଟିବାପରେ ଚଳିତବର୍ଷ ନୂଆବର୍ଷ ପାଇଁ ସାରା ବିଶ୍ବ ଉତ୍ସବମୁଖର ହୋଇଉଠିଛି।

ସିଡିନି, ପ୍ୟାରିସ, ଦିଲ୍ଲୀ ଓ ମୁମ୍ବାଇ ଭଳି ମୁଖ ସହରରେ ଦୀର୍ଘ ୨ ବର୍ଷ ପରେ ୨୦୨୩କୁ ଲୋକେ ପ୍ରବଳ ଉତ୍ସାହରେ ସ୍ବାଗତ କରିଛନ୍ତି। ଚୀନ୍‌ରେ କରୋନା ବିସ୍ଫୋରଣ ହୋଇଥିଲେ ସୁଦ୍ଧା ବିଭିନ୍ନ ବାର୍‌, ଥିଏଟର ଏବଂ ମଲ୍‌ରେ ଲୋକେ ଇଭିନିଂ ପାର୍ଟିର ମଜା ନେଇଛନ୍ତି। ଅନେକ ସହରରେ ଡିଜିଟାଲ୍‌ ମାଧ୍ୟମରେ ନୂଆବର୍ଷକୁ ସ୍ବାଗତ କରାଯାଇଛି। ଭାରତରେ ଏବେ ବିଶେଷ କୋଭିଡ କଟକଣା ନଥିବାରୁ ବିଭିନ୍ନ ସହରରେ ନୂଆବର୍ଷକୁ ଉତ୍ସବ ଓ ଆତସବାଜୀ ଦ୍ବାରା ସ୍ବାଗତ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ