ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇବାରୁ ପଶ୍ଚିମବଙ୍ଗ ସହର ସୋନାରପୁରରେ ଜାରି ହେଲା ଲକ୍‌ଡାଉନ୍‌

କୋଲ୍‌କାତା: କୋଭିଡ୍‌-୧୯ ସଂକ୍ରମଣ ତେଜିବା ହେତୁ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ସୋନାରପୁର ପୌରାଞ୍ଚଳରେ ୩ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ରାଜଧାନୀ କୋଲ୍‌କାତା ଠାରୁ ପ୍ରାୟ ୨୦ କିଲୋମିଟର୍‌ ଦୂରରେ ସୋନାରପୁର ଅବସ୍ଥିତ।

ଲକ୍‌ଡାଉନ୍‌ ସମୟରେ ସେ ଅଞ୍ଚଳରେ କେବଳ ଜରୁରୀକାଳୀନ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। ଏଯାବତ୍‌ ସୋନାରପୁର ଅଞ୍ଚଳରେ ୧୯ଟି କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ରହିଥିବା ଜଣାପଡ଼ିଛି।

ଦୁର୍ଗାପୂଜା ଉତ୍ସବ ପରେ ପରେ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଇବା ହେତୁ ଚିନ୍ତା ପ୍ରକଟ କରି ‘ଦି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ (ଆଇସିଏମ୍‌ଆର୍‌) ପଶ୍ଚିମବଙ୍ଗ ସରକାରଙ୍କୁ ପତ୍ର ଲେଖିଛି।

ଚିଠିରେ ‘ଆଇସିଏମ୍‌ଆର୍‌’ ଉଲ୍ଲେଖ କରିଛି ଯେ, ଦୁର୍ଗାପୂଜା ବେଳୁ କୋଲ୍‌କାତାରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ପ୍ରାୟ ୨୫% ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ କେବଳ କୋଲ୍‌କାତାରେ ୨୪୮ଟି ନୂତନ ସଂକ୍ରମଣ ମାମଲା ଓ ୬ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି।

ସୋମବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ରାଜ୍ୟରେ କୋଭିଡ୍‌-୧୯ ନୂତନ ସଂକ୍ରମଣ ହୋଇଥିବା ଅଧିକାଂଶ ମାମଲା ସମ୍ପୂର୍ଣ୍ଣ ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ଠାରେ ଦେଖା ଦେଇଛି।

କୋଭିଡ୍‌ ସଂକ୍ରମଣ ଓ ମୃତ୍ୟୁ ମାମଲାଗୁଡ଼ିକର ତୁରନ୍ତ ସମୀକ୍ଷା କରିବାକୁ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କୁ କହିବା ସହ କୋଭିଡ୍‌-ସୁରକ୍ଷିତ ଉତ୍ସବାନୁଷ୍ଠାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ