ଖେଳ

କୋଭିଡ୍-୧୯ କାରଣରୁ ଭାରତ ହାତରୁ ଖସିପାରେ ଟି-୨୦ ବିଶ୍ଵକପ୍ ଆୟୋଜନ, କ’ଣ ରହିଛି ଆଇସିସିର ପ୍ଲାନ ବି ?

ନୂଆଦିଲ୍ଲୀ ୨୭।୦୪: ଦେଶରେ କୋଭିଡ୍-୧୯ ମହାମାରୀ ବିକଟାଳ ରୂପ ନେବାରେ ଲାଗିଛି। ଗତ କିଛି ଦିନ ହେବ ଭାରତରେ ଦୈନିକ ତିନି ଲକ୍ଷରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭାରତରେ ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍) ୨୦୨୧ ଖେଳାଯାଉଛି। ପୁଣି ବର୍ଷର ଶେଷ ଆଡକୁ ଟି-୨୦ ବିଶ୍ଵ କପ୍ ଆୟୋଜନ ହେବାର ଅଛି। କିନ୍ତୁ ସଂପ୍ରତି ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ଟି-୨୦ ବିଶ୍ଵ କପ୍‌କୁ ଭାରତରୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିପାରେ।

ଡେଲିମେଲ୍‌ର ଖବର ଅନୁଯାୟୀ, ଟି-୨୦ ବିଶ୍ଵକପ୍‌କୁ ଛଅ ମାସ ବାକି ଥିଲେ ମଧ୍ୟ ଯେଉଁଭଳି ଭାବେ ଭାରତରେ କରୋନା ସ୍ଥିତି ରହିଛି ତାକୁ ଆଖି ଆଗରେ ରଖି ୟୁଏଇରେ ବିଶ୍ଵ କପ୍‌ ଆୟୋଜନ କରାଯାଇପାରେ। ଆଇସିସି ମଧ୍ୟ ୟୁଏଇକୁ ବିକଳ୍ପ ଭେନ୍ୟୁ ଭାବେ ପ୍ରସ୍ତୁତ ରଖିଛି। ଗତ ବର୍ଷ ୟୁଏଇରେ ସଫଳତା ସହ ଆଇପିଏଲ୍ ଆୟୋଜନ ହୋଇଥିଲା।

ଗତ ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵକପ୍ ଖେଳାଯିବାର ଥିଲା। ମାତ୍ର କୋଭିଡ୍-୧୯ ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଚଳିତ ବର୍ଷ ବିଶ୍ଵ କପ୍ ପାଇଁ ଭାରତର ନଅଟି ସହର ଚୟନ କରାଯାଇଛି। ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ