ମନୋରଞ୍ଜନ

କୋଭିଡ୍ ଲଢେଇରେ ସାହାଯ୍ୟର ହାତ ବଢାଇଲେ ଷ୍ଟାର୍ ଦମ୍ପତି: ଆରମ୍ଭ କଲେ ଅଭିଯାନ

ମୁମ୍ବାଇ ୦୭/୦୫ : ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା କରୋନା ବିରୋଧରେ ଲଢ଼ିବାକୁ ଲୋକଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି । ବିରାଟ ଓ ଅନୁଷ୍କା କୋଭିଡ ଲଢେଇରେ କୋଟିଏ ଟଙ୍କା ଦାନ କରିଛନ୍ତି । ଏହି ଦମ୍ପତିଙ୍କ ଉଦ୍ଦେଶ୍ୟ କରୋନା ବିରୋଧୀ ଲଢେଇ ପାଇଁ ୭ କୋଟି ଟଙ୍କା ଯୋଗାଡ କରିବା । ଦମ୍ପତି ସାଧାରଣ ଜନତାଙ୍କ ଠାରୁ ଧନ ସଂଗ୍ରହ କରୁଥିବା ସଂସ୍ଥା କେଟୋ ଜରିଆରେ ଏହି ଧନ ରାଶି ଏକାଠି କରୁଛନ୍ତି । ତାଙ୍କର କରିଛନ୍ତି । ଏହି ଅଭିଯାନକୁ ସମର୍ଥନ କରିବାକୁ ବିରାଟ ଅନୁଷ୍କା ନିଜ ପ୍ରଶଂସକଙ୍କୁ ଅପିଲ କରିଛନ୍ତି । ଏ ସମ୍ବନ୍ଧରେ କୋହଲି ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି।

କୋହଲି ଓ ଅନୁଷ୍କାଙ୍କ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, “ବିରାଟ କୋହଲି ଓ ଅନୁଷ୍କା ଶର୍ମା ଭାରତରେ କୋଭିଡ ରିଲିଫ ଫଣ୍ଡ ପାଇଁ ୭ କୋଟି ଟଙ୍କା ସଂଗ୍ରହ କରିବା ଲକ୍ଷ୍ୟ ରଖିଛନ୍ତି । ସେ କ୍ରାଉଡ୍ ଫଣ୍ଡିଙ୍ଗ୍ ପ୍ଲାଟଫର୍ମ କେଟୋ ଜରିଆରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଷ୍ଟାର ଦମ୍ପତି ନିଜ ତରଫରୁ ୨ କୋଟି ଟଙ୍କା ଦାନ କରିଛନ୍ତି । କେଟୋରେ ଏହି ଅଭିଯାନ ୭ ଦିନ ଯାଏଁ ଚାଲିବ । ଏଥିରୁ ସଂଗ୍ରହ ହୋଇଥିବା ଧନ ରାଶି ଏସିଟି ଗ୍ରାଣ୍ଟସ ନାମକ ସଂସ୍ଥାକୁ ଦିଆଯିବ ଯାହା ଅକ୍ସିଜେନ ଓ ଚିକିତ୍ସା ଉପକରଣ ଉପଲବ୍ଧ କରାଇବା କାମ କରିଥାଏ ।”

କୋହଲି କହିଛନ୍ତି, “ଦେଶ ବର୍ତ୍ତମାନ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି । ବର୍ତ୍ତମାନ ଆମେ ସମସ୍ତେ ଏକଜୁଟ ହୋଇ ଅଧିକରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇବା ଆବଶ୍ୟକ । ମୁଁ ଅନୁଷ୍କା ଗତ ବର୍ଷେ ହେଲା ଲୋକଙ୍କ ପୀଡା ଦେଖି ଆହତ । ସେଥିପାଇଁ ଆମେ ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ । ଦେଶକୁ ବର୍ତ୍ତମାନ ଆମର ସହାୟତା ଦରକାର । ଏହି ବିଶ୍ୱାସ ସହ ଆମେ ଧନ ରାଶି ସଂଗ୍ରହ କରିବା ଅଭିଯାନ ଆରମ୍ଭ କରିଛୁ । ଲୋକେ ନିଜ ଦେଶବାସୀଙ୍କୁ ସାହାଯ୍ୟ କରିବାକୁ ନିଶ୍ଚୟ ଆଗକୁ ଆସିବେ ବୋଲି ଆମର ବିଶ୍ୱାସ । ଆମେ ଏକଜୁଟ ଓ ଆମେ ମିଳିମିଶି ନିଶ୍ଚୟ ଏହି ସ୍ଥିତି ପାର କରିବାରେ ସଫଳ ହେବା ।”

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ