ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

କୋଭିଡ୍ ପଜିଟିଭ୍ ହେଲେ ୧୧ ଛାତ୍ରଛାତ୍ରୀ, ୭ ଦିନ ପାଇଁ ସ୍କୁଲ ବନ୍ଦ

ଢେଙ୍କାନାଳ ୪।୯: ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ସାଙ୍ଗକୁ ପିଲାଙ୍କ ଶିକ୍ଷାଦାନ ଜରୁରୀ ମନେକରି ନବମ ଓ ଦଶମ ଶ୍ରେଣୀ ଅଫ ଲାଇନ ପାଠପଢା ଆରମ୍ଭ ହୋଇଛି । ତେବେ ତୃତୀୟ ଦଫାରେ ଶିଶୁଙ୍କ ସୁରକ୍ଷା ନେଇ ସମସ୍ତେ ଚିନ୍ତାରେ ପଡିଯାଇଛନ୍ତି । ମାତ୍ର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କାନପୁରା ସ୍ଥିତ ପଂଚାୟତ ରାଜ ହାଇସ୍କୁଲ ଚର୍ଚ୍ଚାକୁ ଆସିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏହି କାନପୁରା ପଞ୍ଚାୟତରାଜ ହାଇସ୍କୁଲକୁ ୭ଦିନ ପାଇଁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ସ୍କୁଲର ନବମ ଓ ଦଶମ ଶ୍ରେଣୀର ଶନିବାର ୧୧ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ ଏହି ବନ୍ଦ ଘୋଷଣା କରିଛି ଶିକ୍ଷା ବିଭାଗ । ଗତ ସପ୍ତାହରେ ସ୍କୁଲର ଶିକ୍ଷକ ସମେତ ୯ ଜଣ ପଜିଟିଭ ହୋଇଥିଲେ। ପୁଣି ୧୧ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବାପରେ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଗତ ୧ ତାରିଖ ବୁଧବାର ଦିନ ମୋଟ୍ ୧୪୭ ଜଣ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ଶନିବାର ୧୧ ଜଣଙ୍କର ଛାତ୍ରଛାତ୍ରୀଙ୍କର ରିପୋର୍ଟରେ କୋଭିଡ୍ ପଜିଟିଭ ଚିହ୍ନଟ ପରେ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଛି। ତେବେ ଏପର୍ଯ୍ୟନ୍ତ ସ୍କୁଲର ମୋଟ୍ ୨୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ସ୍କୁଲରୁ କୋଭିଡ୍ ପଜିଟିଭ ଚିହ୍ନିଟ ହୋଇଛନ୍ତି। ସ୍କୁଲ ନବନ୍ଦ ଘୋଷଣା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି। ପଜିଟିଭ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀମାନେ ସ୍କୁଲରେ କ୍ବାରେଣ୍ଟାଇନ୍ ରହି ଚିକିତ୍ସା ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି