ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ୍‌ ପଜିଟିଭ୍‌ ହେବା ପରେ ‘ସିବିଆଇ’ର ପୂର୍ବତନ ନିର୍ଦେଶକ ରଣଜିତ ସିହ୍ନାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଗତ ରାତିରେ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିବା ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’ର (ସିବିଆଇ) ନିର୍ଦେଶକ ରଣଜିତ ସିହ୍ନାଙ୍କର ଆଜି ସକାଳେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା।

୧୯୭୪ ବ୍ୟାଚ୍‌ର ବିହାର କ୍ୟାଡର୍‌ର ‘ଆଇପିଏସ୍‌’ ଅଧିକାରୀ ସିହ୍ନା ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ‘ସିବିଆଇ’ର ନିର୍ଦେଶକ ଥିଲେ।
‘ସିବିଆଇ’ର ମୁଖ୍ୟ ହେବା ପୂର୍ବରୁ ସେ ପାଟନା ଓ ଦିଲ୍ଲୀରେ ‘ସିବିଆଇ’ର ମୁଖ୍ୟ ପଦବୀରେ ଥିଲେ। ଏହା ପୂର୍ବରୁ ସେ ରେଳବାଇ ସୁରକ୍ଷା ବଳର ମୁଖ୍ୟ ଥିଲେ।


୨୦୧୪ରେ ‘ସିବିଆଇ’ର ମୁଖ୍ୟ ଥିବା ବେଳେ ସିହ୍ନା ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। ଇଶ୍ରାତ୍‌ ଜହାଁ ମିଥ୍ୟା ଏନ୍‌କାଉଣ୍ଟର୍‌ ମାମଲାରେ ‘ଇଣ୍ଟେଲିଜେନ୍‌ ବ୍ୟୁରୋ’ ସହ ମଧ୍ୟ ତାଙ୍କର ବିବାଦ ଘଟିଥିଲା।

୨୦୧୪ରେ ତାଙ୍କ ପତ୍ନୀ ପାଟନାରୁ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଉଦ୍ୟମ କରିବା ବେଳେ ମଧ୍ୟ ସିହ୍ନା ଚର୍ଚ୍ଚା ପରିସରକୁ ଆସିଥିଲେ।

ତଦନ୍ତ ଏଜେନ୍‌ସିର ନିର୍ଦେଶକ ଥିବା ବେଳେ ସିହ୍ନା କୋଇଲା ବ୍ଲକ୍‌ ଆବଣ୍ଟନ ତଦନ୍ତକୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଥିଲା। ୨ଜି ସ୍କାମ୍‌ ଅଭିଯୁକ୍ତ ଫାର୍ମର ପ୍ରତିନିଧିମାନେ ବହୁବାର ତାଙ୍କ ବାସଭବନକୁ ଯାଇଥିବା କଥା ପରେ ଜଣାପଡ଼ିଥିଲା ବୋଲି କୁହାଯାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ