ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍‌ ଟିକା ସଂପୂର୍ଣ୍ଣ ସୁରକ୍ଷିତ ଓ ନିରାପଦ; ରାଜନୈତିକ କାରଣରୁ ଟିକା ସଂପର୍କରେ ଭୁଲ ତଥ୍ୟ ପ୍ରଚାର କରାଯାଉଛି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ୍‌-୧୯ ବା କରୋନା ଭାଇରସ୍‌ ପାଇଁ ଯେଉଁ ପ୍ରତିଷେଧକ ଟିକା ବାହାରିଛି ତାହା ସଂପୂର୍ଣ୍ଣ ରୂପେ ସୁରକ୍ଷିତ, ନିରାପଦ ଓ ପ୍ରଭାବଶାଳୀ ବୋଲି ଆଜି (ଗୁରୁବାର) କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ। ଦେଶବାସୀଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି ଯେ କୋଭିଡ୍‌-୧୯ ଟିକା ସପୂର୍ଣ୍ଣ ରୂପେ ନିରାପଦ ଏବଂ ପ୍ରଭାବଶାଳୀ; କିନ୍ତୁ ରାଜନୈତିକ କାରଣରୁ ଟିକା ସଂପର୍କରେ ଭୁଲ ତଥ୍ୟ ପ୍ରଚାର କରାଯାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ବର୍ଦ୍ଧନ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ବର୍ଦ୍ଧନ କହିଛନ୍ତି ଯେ ଭୁଲ ତଥ୍ୟ ଆଧାରରେ ଯେଉଁ କେତେକ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଲୋକଙ୍କ ମଧ୍ୟରେ ଅପପ୍ରଚାର ଚଳାଇବା ସହ ଟିକାର କାର୍ଯ୍ୟକାରିତା ଓ ଟୀକାକରଣ ଉପରେ ପ୍ରଶ୍ନ ଉଠାଉଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଅଟେ। ଏହାର କୌଣସି ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ନଥିବା ଟୀକାକରଣ ପରେ ଦେଖିବାକୁ ମିଳିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଆଉଥରେ ସ୍ପଷ୍ଟ କରି ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ