ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍ ଟିକାକୁ ନେଇ କାନାଡାରେ ହଙ୍ଗାମା, ପରିବାର ସହିତ ସିକ୍ରେଟ୍ ସ୍ଥାନକୁ ଚାଲିଗଲେ ପ୍ରଧାନମନ୍ତ୍ରୀ; ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: କାନାଡାରେ କୋଭିଡ୍ ଭାକସିନ୍ ବିରୋଧରେ ଜୋରଦାର୍ ପ୍ରଦର୍ଶନ କରାଯାଉଛି । ଏହି ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ନିଜର ପରିବାର ସହିତ ଘର ଛାଡ଼ି ଦେଇଛନ୍ତି । ରିପୋର୍ଟ ଅନୁସାରେ, ସେ ଏକ ସିକ୍ରେଟ୍ ସ୍ଥାନକୁ ଚାଲିଯାଇଛନ୍ତି । ସୂଚନା ଯେ, ଟୁଡ୍ରୋ ଆମେରିକା ସୀମା ପାର୍ କରିବା ପାଇଁ ଟ୍ରକ୍ ଡ୍ରାଇଭର୍ ମାନଙ୍କର ଟିକାକୁ ବାଧ୍ୟତାମୂଳକ କରିଦେଇଛନ୍ତି । ତେଣୁ ଟ୍ରକ୍ ଡ୍ରାଇଭର୍ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ବିକ୍ଷୋଭକାରୀମାନେ କୋଭିଡ ପ୍ରତିବନ୍ଧକକୁ ଫାସିବାଦ ସହିତ ତୁଳନା କରିଛନ୍ତି । ଶନିବାର ଦିନ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରି ଲୋକମାନେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ତୀବ୍ର ସମାଲୋଚନା କରିଥିଲେ। ବିକ୍ଷୋଭକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ, ସେମାନେ ଅନୁଭବ କରୁଛନ୍ତି ଯେ ଟୀକାକରଣ ବାଧ୍ୟତାମୂଳକ କରିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନୁହେଁ, ବରଂ ସରକାରଙ୍କ ଦ୍ୱାରା ବିଭିନ୍ନ ଜିନିଷକୁ ନିୟନ୍ତ୍ରଣ କରିବାର ଏକ ମାଧ୍ୟମ । ଶନିବାର ଦିନ ୫୦ ହଜାର ଟ୍ରକ ଡ୍ରାଇଭର ରାଜଧାନୀ ଓଟୱାଠାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରି ରହିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ