ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ୍ କଟକଣାକୁ ଫୁ : ଗୋରୁ ହାଟର ଜମୁଛି ଭିଡ, ବେଧଡକ ଚାଲିଛି ମୂଲଚାଲ

ଉଦଳା ୧।୧୨: କୋଭିଡ୍ କଟକଣାକୁ ଫୁ । ଗୋରୁ ହାଟର ଲାଗିଛି ଅସମ୍ଭାଳ ଭିଡ । କରୋନାକୁ ନେଇ କାହାରି ମନରେ ଟିକିଏ ଭୟ ନାହିଁ । ଉଦଳାର ଚୁଳିଆପୋଷି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସାମାଜିକ ଦୂରତ୍ବକୁ ଭୁଲିଗଲେ ଲୋକେ । କୋଭିଡ୍ କଟକଣାକୁ କରିଛନ୍ତି ଖୋଲାଖୋଲି ଉଲଂଘନ । ଉଦଳା ଅଞ୍ଚଳରେ ହାଟ ବାରି ରହିଥିବା ବେଳେ ସ୍ଥାନୀୟ ଥାନା ଚୁଳିଆପୋଷିଠାରେ ଗୋରୁ ହାଟ ଚାଲିଥିଲା । ସେଠାରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ହାଟରେ ପାଖାପାଖି ଗୋଟିଏ ସ୍ଥାନରେ ଦୁଇ ହଜାରରୁ ଅଧିକ ଲୋକ ସମାଗମ ହୋଇଥିଲେ । ଯାହାକି ଅନେକଙ୍କ ମୁହଁରେ ମାସ୍କ ନ ଥିବା ବେଳେ ଏକ ମେଳା ଚାଲିଥିବାର ଭ୍ରମ ସୃଷ୍ଟି କରିଥିଲା ।

ସାମାଜିକ ଦୂରତ୍ବ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଇଛି । ହେଲେ ଏଥିପ୍ରତି କାହାର ନଜର ନାହିଁ । ତେବେ ଗୋରୁ ହାଟରେ ଏଭଳି ସ୍ଥିତି ଉଦଳାରେ କରୋନାର ପରିସ୍ଥିତିକୁ ଗମ୍ଭୀର କରିବାର ସମ୍ଭାବନା ସୃଷ୍ଟି କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ