ରାଜ୍ୟ

କୋଭିଡ୍‌ର ଏକ୍ସବିବି୧.୫ ପ୍ରଜାତି ପାଇଁ ‘ବାୟୋଲୋଜିକାଲ-ଇ’ ଟିକା

ଭୁବନେଶ୍ବର: ସାର୍ସ-କୋଭ-୨ ର ଏକ୍ସବିବି୧.୫ ପ୍ରଜାତିର ମୁକାବିଲା ପାଇଁ ଟିକା ପ୍ରସ୍ତୁତ କରୁଛି ହାଇଦ୍ରାବାଦସ୍ଥିତ ‘ବାୟୋ‌ଲୋଜିକାଲ ଇ(ବିଇ)’। କେନ୍ଦ୍ରୀୟ ନିୟାମକଙ୍କ ଅନୁମୋଦନ ମିଳିବା ପରେ ଖୁବଶୀଘ୍ର ଏହାର କ୍ଲିନିକାଲ ପରୀକ୍ଷଣ ଆରମ୍ଭ ହେବ ବୋଲି କୁହାଯାଇଛି।

ଓମିକ୍ରମ୍‌ର ଉପ-ପ୍ରଜାତି ହେଉଛି ଏକ୍ସବିବି୧.୫। ଗତ ୨ବର୍ଷ ଧରି କୋଭିଡ୍‌ର ପ୍ରଜାତି ଓମିକ୍ରନ୍‌ ଓ ଏହାର ଅନେକ ଉପ-ପ୍ରଜାତି ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଏସବୁର ମୁକାବିଲା ପାଇଁ ଯେଉଁ ଟିକା ପ୍ରସ୍ତୁତ କରାଯାଇଛି ତାହା ଚୀନ୍‌ର ଉହାନରୁ ବାହାରିଥିବା‌ କୋଭିଡ୍‌ର ଷ୍ଟ୍ରେନ୍‌ ଉପରେ ପର୍ଯ୍ୟବେସିତ। ତେବେ ଜିନୋଭା ବାୟୋଫାର୍ମାସ୍ୟୁଟିକାଲ ଓମିକ୍ରନ୍ ପ୍ରଜାତି ପାଇଁ ସ୍ବତନ୍ତ୍ରଭାବେ ଜେମକୋଭାକ୍-ଓଏମ୍‌ ପ୍ରସ୍ତୁତ କରିଥିବା ଦାବି କରିଛି। ବାୟୋଲୋଜିକାଲ ଇ’ର ନିର୍ବାହୀ ଉପ-ସଭାପତି ବିକ୍ରମ ପରାଦକରଙ୍କ କହିବା କଥା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଦେଇଥିବା ପ୍ରସ୍ତାବ ଅନୁଯାୟୀ ସଂସ୍ଥା କୋଭିଡ୍‌ର ପ୍ରଜାତି ଏକ୍ସବିବି୧.୫ ପାଇଁ ଟିକା ବିକଶିତ କରିଛି। ଏହି ଟିକା କ୍ଲିନିକାଲ ପରୀକ୍ଷଣ ପୂର୍ବରୁ ରହିଥିବା ସମସ୍ତ ଅନୁଧ୍ୟାନ ଶେଷ ହୋଇଛି। ଯାହାକି ଏକ୍ସବିବି୧.୫ ପ୍ରଜାତି ବିରୋଧରେ ସୁରକ୍ଷା ଦେଇପାରୁଛି। କେନ୍ଦ୍ରୀୟ ଭେଷଜ ମାନ ନିୟନ୍ତ୍ରଣ ସଂଗଠନ(ସିଡିଏସ୍‌ସିଓ)ର କୋଭିଡ-୧୯ ସବଜେକ୍ଟ ଏକ୍ସପର୍ଟ କମିଟି ବିଇ ର କ୍ଲିନିକାଲ ପରୀକ୍ଷଣକୁ ଅନୁମୋଦନ ଦେଇଛନ୍ତି। କେନ୍ଦ୍ରୀୟ ନିୟାମକଙ୍କଠାରୁ ସବିଶେଷ ସୂଚନା ଆସିବା ପରେ ଏହାର ପରୀକ୍ଷଣ ଆରମ୍ଭ ହେବ। ସଂସ୍ଥା ନିକଟରେ ଏକାଧିକ ଟିକା ପ୍ରସ୍ତୁତ କରିବାର ଭିତ୍ତିଭୂମି ରହିଛି। ଯାହାକି ଖୁବ କମ୍ ସମୟ ଭିତରେ ଟିକା ପ୍ରସ୍ତୁତ କରିପାରିବ। ଏବେ ସଂସ୍ଥା ନିକଟରେ କର୍ବିଭାକ୍ସର ଯଥେଷ୍ଟ ଟିକା ମହଜୁଦ ଅଛି। ଆବଶ୍ୟକ ପଡ଼ିଲେ ଯଥେଷ୍ଟ ପରିମାଣର ଟିକା ଯୋଗାଣ ହୋଇପାରିବ।

ଅପରପକ୍ଷରେ ବିଶ୍ବର ସର୍ବାଧିକ ଟିକା ପ୍ରସ୍ତୁତକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ୍‌ ମଧ୍ୟ ଏକ୍ସବିବି୧.୫ ପ୍ରଜାତିର ମୁକାବିଲା ନେଇ ଟିକା ପ୍ରସ୍ତୁତ ଉପରେ କାମ ଆରମ୍ଭ କରିଥିବା କୁହାଯାଉଛି। ଯାହାକି ବର୍ତ୍ତମାନ ଆତଙ୍କ ସୃଷ୍ଟି କରିଥିବା ଜେଏନ୍‌.୧ର ମୁକାବିଲା କରିପାରିବ। ଜେଏନ୍‌.୧ ହେଉଛି ବିଏ.୨.୮୬ ବା ଯାହାକି ପିରୋଲୋ ଭାବେ ପରିଚିତ ତାହାର ଉପ-ପ୍ରଜାତି। କରୋନାର ଏ ସମସ୍ତ ପ୍ରଜାତି ଓମିକ୍ରନ୍‌ର ଉପ-ପ୍ରଜାତି। ଟିକା ଭିତ୍ତିକ ୱେବସାଇଟ୍‌ରେ ‘ଗାଭି’ରେ ବିଜ୍ଞାନ ସାମ୍ବାଦିକ ଲିଣ୍ଡା ଗେଡେସ୍‌ କହିଛନ୍ତି, କୋଭିଡ୍‌ ପ୍ରଜାତି ଏକ୍ସବିବି.୧ ସହିତ ବିଏ.୨, ବିଏ.୪-ବିଏ ଓ ୫ଟି ଉପ-ପ୍ରଜାତି ବିରୋଧରେ ବିଏ.୪/୫ ପକ୍ଷରୁ ପ୍ରସ୍ତୁତ ଟିକାର ଇମ୍ୟୁନ୍‌ ରେସପନ୍‌ସ କ’ଣ ରହିଛି ତାହାର ମାନବୀୟ ଅନୁଧ୍ୟାନ ହୋଇସାରିଛି। ତହିଁରୁ ଦି ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ ମେଡିସିନ୍‌ରେ ପ୍ରକାଶିତ ଏକ ଅନୁଧ୍ୟାନ ଅନୁସାରେ ଯେଉଁ ବୟସ୍କ ବ୍ୟକ୍ତି ବିଏ.୪ୟ୫ ଟିକାର ୪ର୍ଥ ଡୋଜ୍(ଦ୍ବିତୀୟ ବୁଷ୍ଟର) ନେଇଛନ୍ତି ସେମାନଙ୍କ ନିକଟରେ ଏକ୍ସବିବି.୧ର ମୁକାବିଲା ନେଇ ଆଣ୍ଟିବଡି ସୃଷ୍ଟି ହେଉଛି। କେବଳ ସେତିକି ନୁହେଁ ବିଏ.୨ ଓ ବିଏ.୪-ବିଏ.୫ ବଂଶଜର ଉପ-ପ୍ରଜାତି ବିରୋଧରେ ମଧ୍ୟ ବେଶ୍ ସଫଳ ହୋଇଥିବା କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।