ଅପରାଧ ଦେଶ ବିଦେଶ

କୋପେନହେଗନ ସପିଙ୍ଗମଲ୍‌ରେ ଗୁଳିକାଣ୍ଡ; ଜଣେ ଅଭିଯୁକ୍ତ ଗିରଫ, ପୋଲିସର ଅପରେସନ ଜାରି

କୋପେନଗନ ୦୩/୦୭: ଡେନମାର୍କର ରାଜଧାନୀ କୋପେନହେଗନରେ ଏକ ସପିଙ୍ଗମଲ୍‌ରେ ଗୁଳିକାଣ୍ଡ ହୋଇଛି। କୋପେନହେଗନ ପୋଲିସ ଟୁଇଟ୍‌ କରି କହିଛି ଗୁଳିକାଣ୍ଡର ଖବର ମିଳିବା ପରେ ଘଟଣାସ୍ଥଳକୁ ପୋଲିସ ଅଧିକାରୀମାନଙ୍କୁ ପଠାଯାଇଛି। ସେମାନେ ମଲ୍‌ ଭିତରେ ଥିବା ଲୋକମାନଙ୍କୁ ରହିବା ପାଇଁ ଓ ପୋଲିସର ସାହାଜ୍ୟକୁ ଅପେକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ସାଧାରଣ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି।

ଡେନିସ ପୋଲିସ ଦ୍ୱାରା ଗୁଳିକାଣ୍ଡର ସୂଚନା ମିଳିବା ପରେ ଲୋକମାନେ ଫିଲ୍ଡର ସପିଙ୍ଗ ମଲ୍‌ରେ ବାହାରକୁ ଏଣେ ତେଣେ ଦୌଡ଼ିଥିଲେ। ଏହାପରେ ଫିଲ୍ଡର ସଶସ୍ତ୍ର ପୋଲିସମାନେ ସପିଙ୍ଗ ମଲ୍‌ରେ ପହଞ୍ଚିଥିବା ଜଣାପଡ଼ିଛି।

ଏପରି ଗୁଳିକାଣ୍ଡ ଫିଲ୍ଡର ସପିଙ୍ଗମଲ୍‌ରେ ହୋଇଛି। ଏହି ସପିଙ୍ଗ ମଲ୍‌ଟି ସ୍କାଣ୍ଡିନାଭିଆର ସବୁଠୁ ବଡ଼ ସପିଙ୍ଗମଲ୍‌ ମଧ୍ୟରୁ ଅନ୍ୟତମ। କୋପେନହେଗନ ପୋଲିସ ଟୁଇଟ୍ କରି କହିଛି ‘’ଗୁଳିକାଣ୍ଡ ଘଟଣାରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ଆମେ ଫିଲ୍ଡରେ ବହୁ ସଂଖ୍ଯାରେ ଉପସ୍ଥିତ ଅଛୁ ଓ ସମ୍ପୂର୍ଣ୍ଣ ଘଟଣା ଜାଣିବା ପାଇଁ କାମ ଚେଷ୍ଠା କରୁଛୁ। ଆମେ ଏଠାରେ ବହୁତ ଶୀଘ୍ର ଅପଡେଟ୍‌ କରିବୁ’’।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ