ଖୋର୍ଦ୍ଧା ୯।୧୧: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ କୋତଲାଙ୍ଗ ଅଞ୍ଚଳରେ କାଉ ମରି ପଡିଥିବା ଦେଖାଯାଇଥିଲା । ଲୋକମାନେ ମୃତ କାଉ ଦେଖି ପ୍ରାଣୀ ଧନ ବିଭାଗକୁ ଖବର ଦେଇଥିଲେ । ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ କାଉର ମଳ, ଲାଲ, ସଂଗ୍ରହ କରିଛନ୍ତି । ଅନ୍ୟ ସ୍ଥାନରେ ମଧ୍ୟ ନଜର ରଖାଯାଇଛି । କେଉଁ କାରଣରୁ କାଉ ମଡକ ହୋଇଛି ତାହା ସ୍ପଷ୍ଟ ହୋଇନି । ଖୋର୍ଦ୍ଧାରୁ ଅନ୍ୟ ଏକ ଟିମ୍ ସେହି ଅଞ୍ଚଳକୁ ଯାଇ କୁକୁଡ଼ା, ବତକ ଅନ୍ୟ ପକ୍ଷୀମାନଙ୍କ ନମୁନା ସଂଗ୍ରହ କରିବା ବାର୍ଡ ଫ୍ଲୁ ଆଶଙ୍କାରେ ଲୋକେ ଆତଙ୍କିତ ହୋଇଛନ୍ତି । କିନ୍ତୁ ଏନେଇ ସେଭଳି କିଛି ସ୍ପଷ୍ଟ ହୋଇନାହିଁ ।