ପୁରୀ ୨୫।୮: ପୁରୀ କୋଣାର୍କ ବେଳାଭୂମିରୁ ନରକଙ୍କାଳ ଉଦ୍ଧାର ହୋଇଛି । ମେରାଇନ ଥାନା ପୋଲିସ କଙ୍କାଳ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ତେବେ ଏହି କଙ୍କାଳଟି କାହାର ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ ଯେ, ପୁରୀ କୋଣାର୍କ ବେଳାଭୂମି ସମୁଦ୍ର କୂଳରେ ନରକଙ୍କାଳ ପଡିଥିବା ଦେଖିବାକୁ ମିଳିଛି । ନୂଆନଈ ମୁହାଣଠାରୁ ରାମଚଣ୍ଡୀ ନଈ ମୁହାଣ ଭିତରେ ଏହି କଙ୍କାଳ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏହା ଦେଖି ମେରାଇନ ପୋଲିସକୁ ଲୋକେ ଖବର ଦେଇଥିଲେ । ମେରାଇନ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କଙ୍କାଳଟିକୁ ଉଦ୍ଧାର କରିଛି । ତେବେ ଏହି କଙ୍କାଳଟି କାହାର ଏବଂ କେଉଁ ପରିସ୍ଥିତିରେ ଏଠାକୁ ଆସିଲା ସେନେଇ ମେରାଇନ ପୋଲିସ କୌଣସି ସ୍ପଷ୍ଟ ସୂଚନା ପାଇପାରିନାହିଁ । ତେବେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।