ଦେଶ ବିଦେଶ ମନୋରଞ୍ଜନ

‘କୌନ ବନେଗା କରୋଡପତି’ ସିଜନ-୧୨ର ବିଜେତା ହେ‌ଲେ ନାଜିଆ ନାସିମ

‘କୌନ ବନେଗା କରୋଡପତି’ ସିଜନ-୧୨ର ବିଜେତା ହେ‌ଲେ ନାଜିଆ ନାସିମ
ପରିବାର ଓ ସ୍ବାମୀଙ୍କୁ ଦେଲେ ସଫଳତାର ଶ୍ରେୟ


ସେୟାର
ନୂଆଦିଲ୍ଲୀ: ‘କୌନ ବନେଗା କରୋଡପତି’ ସିଜନ-୧୨ ଟେଲିଭିଜନର ଗେମ୍ ରିଆଲିଟି ସୋ’ରେ ଗାଜିଆବାଦର ଛବି କୁମାର ୧ କୋଟି ଟଙ୍କା ପ୍ରଶ୍ନ ପର୍ଯ୍ୟନ୍ତ ପହଞ୍ଚିଥିଲେ। ତେବେ ସେ ଏହି ପ୍ରଶ୍ନର ଉତ୍ତର ଦେଇ ନପାରିବାରୁ ଖେଳରୁ ଓହରି ଯାଇଥିଲେ। ତେବେ ଝାଡଖଣ୍ଡରୁ ନାଜିଆ ନାସିମ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍‌ ସିଟ୍‌ରେ ବସି ୧୫ଟି ପ୍ରଶ୍ନର ସଠିକ ଉତ୍ତର ଦେଇ ୧କୋଟି ଟଙ୍କାକୁ ନିଜ ନାମରେ କରି ଦେଇଥିଲେ।

ରାଞ୍ଚି ନିକଟସ୍ଥ ପାରାସ ଟୋଲିରେ ରହୁଥିବା ନାଜିଆ ନାସିମ ହଟସିଟରେ ବସି ୧୫ ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ୧ କୋଟି ଟଙ୍କା ଜିତିଛନ୍ତି। ୧୬ ତମ ପ୍ରଶ୍ନର ଉତ୍ତର ନାଜିଆ ବୁଝି ନପାରିଥିବାରୁ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ ଖେଳ ଛାଡ଼ିବାକୁ ପଡ଼ିଥିଲା।

ସୋନି ଟିଭିର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପ୍ରୋମୋ ରିଲିଜ୍ ହୋଇଛି । ଯେଉଁଥିରେ ବିଗ୍ ବି ଦୃଢ଼ ସ୍ୱରରେ ‘କୌନ ବନେଗା କରୋଡ ପତି’ର ବିଜେତାଙ୍କ ନାମ ଘୋଷଣା କରୁଥିବା ଶୁଣିବାକୁ ମିଳୁଛି। ଏହି କ୍ରମରେ ୭ କୋଟିର ପ୍ରଶ୍ନ ଶୁଣିବା ପରେ ନାଜିଆ କହିଥିଲେ, “ଜୀବନରେ ବହୁତ ରିସ୍କ ନେଇଛି ଆଉ ଗୋଟିଏ ହେଉ। ନାଜିଆ କୋଟିପତି ହେବା ପରେ ଅମିତାଭ ବଚ୍ଚନ ମଧ୍ୟ ଠିଆ ହୋଇ ତାଙ୍କ ପାଇଁ ଜୋରରେ କରତାଳି ଦେଇଥିଲେ।

ନାଜିଆ ‘କୌନ ବନେଗା କରୋଡପତି’ ମଞ୍ଚରେ ତାଙ୍କ ସ୍ୱାମୀ ଏବଂ ପୁଅଙ୍କ ସହ ପହଞ୍ଚିଥିଲେ। ଅଗଷ୍ଟ ୨୪ରେ ତାଙ୍କୁ ଭିଡିଓ କଲ ମାଧ୍ୟମରେ ଚୟନ କରାଯାଇଥିବା ସୂଚନା ଦିଆଯାଇଥିଲା। ନାଜିଆ ନାସିମଙ୍କ ଏପିସୋଡ ସୋନି ଟିଭିରେ ନଭେମ୍ବର ୧୦ ଏବଂ ୧୧ ରେ ପ୍ରସାରିତ ହେବ ।

ନାଜିଆ ତାଙ୍କ ସ୍ୱାମୀ ଏବଂ ପରିବାରକୁ ନିଜର ଏହି ସଫଳତା ତଥା ସେମାନଙ୍କର ଅସୀମ ସମର୍ଥନ ପାଇଁ ଶ୍ରେୟ ଦେଇଛନ୍ତି। ସାଧାରଣତଃ ସାମଜରେ ଲୋକଙ୍କ ଧାରଣା ରହିଛି କି ଯଦି ଜଣେ ମହିଳା ମା’ ହୋଇ ଯାଏ ସେ ଆଉ ଘରୁ ବାହାରକୁ ବାହାରି ପାରନ୍ତି ନାହିଁ। କିନ୍ତୁ ପ୍ରକୃତରେ ଜଣେ ମହିଳା ପାଖରେ ଯଦି ସ୍ୱାମୀ ଓ ପରିବାରର ସମର୍ଥନ ରହିଥାଏ ତେବେ ଜୀବନରେ ତା’ ପାଇଁ ସବୁକିଛି ସମ୍ଭବ ହୋଇଥାଏ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ