ଖେଳ ଦେଶ ବିଦେଶ

କୋହଲି-ରୋହିତ ସଂପର୍କ ସୁଧୁରିବା ପଛରେ ଶାସ୍ତ୍ରୀ

ମୁମ୍ବାଇ: କରୋନା ମହାମାରୀର ଭୟାବହତା ଭିତରେ ଖେଳାଯାଉଥିବା ପ୍ରତିଟି ଶୃଙ୍ଖଳା ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ସଙ୍ଗରୋଧରେ ରହି ବାରମ୍ବାର ସଂକ୍ରମଣ ରହିତ ଥିବାର ପ୍ରମାଣ ଦେବାକୁ ପଡ଼ୁଛି। ତା’ସହ ବନ୍ଧୁ, ପରିବାର; ଏପରିକି ସାଥୀ ଖେଳାଳିଙ୍କଠାରୁ ଅଲଗା ରହି ଜୈବ ବଳୟ ଭିତରେ ଜୀବନ ବିତାଇବାକୁ ପଡ଼ୁଛି। ଏସବୁ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ପରିସ୍ଥିତି ଭିତରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଯେଉଁ କିଛି ସକାରାତ୍ମକ ଘଟଣା ଘଟିଛି, ତା ଭିତରେ ଦଳର ଦୁଇ ଅତି ଗୁରୁତ୍ବପୂର୍ଣ୍ଣ ତଥା ବରିଷ୍ଠ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ପୁନର୍ବାର ସୁସଂପର୍କ ସ୍ଥାପିତ ହେବା ଅନ୍ୟତମ।

ସୀମିତ ଓଭର ଦଳର ଉପଅଧିନାୟକ ରୋହିତ ଏବଂ ଅଧିନାୟକ କୋହଲିଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିବାର ଖବର ପୂର୍ବରୁ ବହୁଥର ପଦାକୁ ଆସିଛି। ଦୁଇ ଜଣଙ୍କ ଭିତରେ ମତାନ୍ତର ହୋଇଥିବା ଖବର ମଧ୍ୟ କିଛି ଦିନ ତଳେ ବେଶ୍ ଚର୍ଚାରେ ଥିଲା। ଏଥିନେଇ ବିସିସିଆଇ କିମ୍ବା କୋହଲି ଓ ରୋହିତ ପାଟି ଫିଟାଇ ନଥିଲେ। ଏହି ମତାନ୍ତର ମନାନ୍ତରରେ ପରିଣତ ହେବା ପୂର୍ବରୁ କିନ୍ତୁ କରୋନା ପାଇଁ ହେଉଥିବା ସଙ୍ଗରୋଧ ‌ବେଳେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ପ୍ରଚେଷ୍ଟାରେ ଉଭୟଙ୍କ ମଧ୍ୟରେ ପୁନର୍ବାର ସେହି ପୁରୁଣା ସଂପର୍କ ଫେରିଆସିଥିବା ଜଣାପଡ଼ିଛି। ଦଳର ସଙ୍ଗରୋଧ ବେଳେ କୋହଲି ଓ ରୋହିତ ଏକାଠି ବହୁ ସମୟ କଟାଇଥିଲେ। ଫଳରେ ମନ ଭିତରେ ଥିବା ଅଭିମାନ ଦୂର କରିବାର ପର୍ଯ୍ୟାପ୍ତ ସୁଯୋଗ ପାଇଥିଲେ। ଶାସ୍ତ୍ରୀ ମଧ୍ୟ ଉଭୟଙ୍କୁ ଏକାଠି କରିବାରେ ନିର୍ଣ୍ଣାୟକ ଭୂମିକା ନେଇଥିଲେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଏହି ଘଟଣା କିନ୍ତୁ ଘରୋଇ ପରିବେଶରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଦଳୀୟ ଖେଳାଳିଙ୍କୁ ଉତ୍ସାହିତ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ