ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କର କ୍ରିକେଟ୍ ପ୍ରତି କେତେ ମୋହ ତାହା ପାଠ ପଢ଼ିଲା ବେଳରୁ ଜଣାପଡୁଥିଲା। ସ୍କୁଲ୍ରେ ପଢ଼ିଲା ବେଳର ଏଭଳି କିଛି ଫଟୋ ଏବେ ତାଙ୍କର ଜଣେ ସ୍କୁଲ୍ ସାଥୀ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ଭାଇରାଲ ହେବାରେ ଲାଗିଛି। ବିଶେଷକରି କୋହଲିଙ୍କୁ କ୍ରିକେଟ୍ ନିଶା କେତେ ଘାରୁଥିଲା ତାହା ଫଟୋରୁ ପ୍ରତୀୟମାନ। ପୂର୍ବରୁ ଉଭୟ କୋହଲି ଓ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ସାକ୍ଷୀ ଧୋନି ଯେ ସ୍କୁଲ୍ ବେଳରୁ ବାନ୍ଧବୀ ଥିଲେ ସେନେଇ ଗୁରୁବାର ଫଟୋ ଭାଇରାଲ ହେବାର ଦିନକ ପରେ କ୍ରିକେଟ୍ ପ୍ରତି ସମର୍ପିତ କୋହଲିଙ୍କ ପିଲା ବେଳର ଫଟୋ ପ୍ରଶଂସକଙ୍କୁ ବେଶ୍ ବିମୋହିତ କରୁଛି। ଏହିସବୁ ଫଟୋଗୁଡ଼ିକ କୋହଲିଙ୍କ ଦିଲ୍ଲୀ ସ୍କୁଲ୍ ସାଥୀ ସାଲଜ ସନ୍ଧି ସେୟାର କରିଛନ୍ତି।