ଖେଳ ଦେଶ ବିଦେଶ

କୋହଲିଙ୍କ ଫର୍ମ ପାଇଁ ଆର୍‌ସିବିର ଆତ୍ମବିଶ୍ବାସ

କୋଲକାତା: ଚଳିତ ଆଇପିଏଲ୍‌ର ଏଲିମିନେଟର୍‌ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଖେଳିବ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ (ଏଲ୍‌ଏସ୍‌ଜି) ସହିତ। ଦଳର ଶେଷ ଲିଗ୍‌ ମ୍ୟାଚ୍‌ରେ ବିରାଟ କୋହଲି ଫର୍ମକୁ ଫେରି ୫୪ ବଲ୍‌ରୁ ୭୩ ରନ୍‌ କରିଥିବାରୁ ଆର୍‌ସିବି ଆତ୍ମବିଶ୍ବାସରେ ରହିଛି। ଏହି ବିଜୟ ସତ୍ତ୍ବେ ଆରସିବିକୁ କିନ୍ତୁ ପ୍ଲେ ଅଫ୍‌ ପ୍ରବେଶ ପାଇଁ ଦିଲ୍ଲୀ ବିପକ୍ଷରେ ମୁମ୍ବାଇର ବିଜୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। କୋହଲି ଫର୍ମକୁ‌ ଫେରିବା ମଧ୍ୟ ଲକ୍ଷ୍ନୌ ପାଇଁ ଚିନ୍ତାର କାରଣ ହୋଇଛି। ଫାପ୍ ଡୁ ପ୍ଲେସିସ ବନାମ କେଏଲ୍ ରାହୁଲଙ୍କ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲାର ପରାଜିତ ଦଳକୁ ଆଗକୁ ବଢ଼ିବାକୁ ସୁଯୋଗ ମିଳିବ ନାହିଁ। କୋହଲିଙ୍କ ସହିତ ଦୀନେଶ କାର୍ତିକଙ୍କ ଫିନିସର ଭୂମିକା ଏବଂ ଜୋସ୍‌ ହାଜେଲଉଡ୍‌, ହର୍ଷଲ ପଟେଲ୍‌, ୱାନିନ୍ଦୁ ହସରଙ୍ଗା ପ୍ରମୁଖଙ୍କୁ ନେଇ ଗଠିତ ଆର୍‌ସିବିର ବୋଲିଂ ବାହିନୀ ମଧ୍ୟ ଭଲ ରହିଛି। ଇଡେନ୍ ଗାର୍ଡେନ୍ସର ପେସ୍‌ ଅନୁକୂଳ ପିଚ୍‌ ମଧ୍ୟ ମହମ୍ମଦ ସିରାଜଙ୍କୁ ଉତ୍ସାହିତ କରିଛି। ଆର୍‌ସିବିର ଅଭିଜ୍ଞତା ଆଗରେ ଅନଭିଜ୍ଞ ଲକ୍ଷ୍ନୌ ସୁପର୍‌ ଜାଏଣ୍ଟସ୍‌ ନିଶ୍ଚିତ ଅଗ୍ନି ପରୀକ୍ଷାରେ ପଡ଼ିବ।

ଆର୍‌ସିବିର ବ୍ୟାଟିଂକୁ ଏଲ୍‌ଏସ୍‌ଜିର ପେସ୍‌ ଯୋଡ଼ି ଅଭେସ୍‌ ଖାନ୍‌ ଓ ମୋହସିନ୍ ଖାନ୍‌ ଭେଦ କରିପାରିବେ ବୋଲି ମଧ୍ୟ ବିଶ୍ବାସ ରଖିଛନ୍ତି। ପ୍ରାରମ୍ଭିକ ବ୍ୟାଟିଂରେ କେଏଲ୍ ରାହୁଲ-କ୍ବିଣ୍ଟନ୍ ଡି’କକ୍‌ ଚଳିତ ସଂସ୍କରଣର ଶ୍ରେଷ୍ଠଥିବାରୁ ଏହା ଦଳକୁ ଫାଇଦାରେ ରଖିଛି। ଦୀପକ ହୁଦା, ମାର୍କସ ‌ଷ୍ଟୋଇନିସ୍‌, କୃନାଲ ପାଣ୍ଡ୍ୟା, ଆୟୂଷ ବାଦୋନି, ଜାସନ୍ ହୋଲ୍‌ଡର ପ୍ରମୁଖ ମଧ୍ୟ ଦଳ ପାଇଁ ଭଲ ବ୍ୟାଟିଂ କରୁଛନ୍ତି। କ୍ବାର୍ଟରଫାଇନାଲ୍‌ ସଦୃଶ ଏହି ମୁକାବିଲା ରାତି ୭.୩୦ରେ ଖେଳାଯିବ। ବର୍ଷା ମଧ୍ୟ ଏହି ମ୍ୟାଚ୍‌ ପ୍ରତି ଧମକ ରଖିଛି।
ଏଲ୍‌ଏସ୍‌ଜି ସମ୍ଭାବ୍ୟ ୧୧: କ୍ବିଣ୍ଟନ୍ ଡି’କକ୍‌, କେଏଲ୍ ରାହୁଲ (ଅଧିନାୟକ), ଏଭିନ ଲୁଇସ୍‌, ଦୀପକ ହୁଦା, କୃନାଲ ପାଣ୍ଡ୍ୟା, ମାର୍କସ ଷ୍ଟୋଇନିସ୍, ଜାସନ୍ ହୋଲ୍ଡର, କୃଷ୍ଣପ୍ପା ଗୌତମ, ମୋହସିନ୍ ଖାନ, ଅଭେସ୍‌ ଖାନ୍‌, ରବି ବିଷ୍ଣୋଇ।

ଆର୍‌ସିବି ସମ୍ଭାବ୍ୟ ୧୧: ବିରାଟ କୋହଲି, ଫାପ୍ ଡୁ ପ୍ଲେସିସ୍ (ଅଧିନାୟକ), ରଜତ ପଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଦୀନେଶ କାର୍ତିକ, ମହିପାଲ୍ ଲୋମରର୍‌, ସାହାବାଜ ଅହମ୍ମଦ, ୱାନିନ୍ଦୁ ହସରଙ୍ଗା, ସିଦ୍ଧାର୍ଥ କୌଲ୍‌/ମହମ୍ମଦ ସିରାଜ, ଜୋସ୍ ହାଜେଲଉଡ୍‌।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ