ଖେଳ ଦେଶ ବିଦେଶ

କୋହଲିଙ୍କ ଓ୍ୱିକେଟ୍ ହେବ ମୁଖ୍ୟ ଲକ୍ଷ୍ୟ- ପ୍ୟାଟ୍ କମିନ୍ସ

ସିଡନୀ,୧୪/୧୨: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ ସବୁବେଳେ ରୋମାଞ୍ଚକର ହୋଇଥାଏ । ଉଭୟ ଦଳ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳେ । ପ୍ରତି ସିରିଜ୍‌ରେ ଉଭୟ ଦଳର ଜଣେ କିମ୍ବା ୨ଜଣ ଖେଳାଳିଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି । ଏଥର ବି ଅନୁରୂପ ଆଶା କରାଯାଉଛି ।

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆର ଷ୍ଟାର୍‌ ପେସ୍‌ ବୋଲର ପ୍ୟାଟ୍‌ କମିନ୍ସଙ୍କ ମଧ୍ୟରେ କଡ଼ା ଟକ୍କର ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । କୋହଲି ଦିବା-ରାତ୍ର ଟେଷ୍ଟ ପରେ ସ୍ୱଦେଶ ଫେରି ଆସିବେ । ତେଣୁ ଏହି ମ୍ୟାଚ୍‌ରେ କୋହଲିଙ୍କ ୱିକେଟ ମୁଖ୍ୟ ଟାର୍ଗେଟ ହେବ ବୋଲି କମିନ୍ସ ସ୍ପଷ୍ଟ କରି ସାରିଛନ୍ତି । କୋହଲିଙ୍କ ଅନୁପସ୍ଥିତି ପରେ ବାକିଥିବା ୩ଟି ମ୍ୟାଚ୍‌ରେ କମିନ୍ସ ଓ ଚେତେଶ୍ୱର ପୂଜାରାଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ ।

ଟେଷ୍ଟ୍ ସିରିଜ ପୂର୍ବରୁ କମିନ୍ସ କହିଛନ୍ତି ଯେ, ଛୋଟବେଳୁ ସେ ଟେଷ୍ଟ ସିରିଜ୍‌ରେ କିଛି ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖି ଆସିଛନ୍ତି। ଗ୍ଲେନ୍‌ ମ୍ୟାକ୍‌ଗ୍ରା-ସଚିନ ତେନ୍ଦୁଲକର କିମ୍ବା ବ୍ରାଏନ ଲାରାଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ଭଲ ଲାଗିଥାଏ। ଆସନ୍ତା ସିରିଜରେ ସେ ଏଭଳି ଲଢ଼େଇରେ ସମ୍ମୁଖୀନ ହେବେ ବୋଲି ଅପେକ୍ଷା କରିଛନ୍ତି । କୋହଲି ହେଉଛନ୍ତି ଭାରତୀୟ ଦଳର ଅଧିନାୟକ। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଆଉଟ୍‌ କରିବା ମୁଖ୍ୟ ଟାର୍ଗେଟ ବୋଲି କହିଛନ୍ତି କମିନ୍ସ ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ କମିନ୍ସ ଓ କୋହଲିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଛି। ଉଭୟ ମୁହାମୁହିଁ ହୋଇଥିବା ୫ଟି ଟେଷ୍ଟ ମଧ୍ୟରୁ କମିନ୍ସ ୪ ଥର କୋହଲିଙ୍କୁ ଆଉଟ୍‌ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ