ଖେଳ ଦେଶ ବିଦେଶ

କୋହଲିଙ୍କ ଅନୁପସ୍ଥିତିରେ କେମିତି ରହିବ ରାହାଣେଙ୍କ ଅଧିନାୟକତ୍ଵ ଏବଂ କାହାକୁ ଖେଳିବାକୁ ପଡିବ ଲମ୍ବା ଇନିଂସ, କହିଲେ ସୁନିଲ ଗାଭାସ୍କର

ନୂଆଦିଲ୍ଲୀ ୧୪।୧୨: ଡିସେମ୍ବର ୧୭ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଡିଲେଡ୍‌ରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମହାନ ବ୍ୟାଟସମ୍ୟାନ ସୁନିଲ ଗାଭାସ୍କରଙ୍କ ମତରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ତିନି ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କୁ ଯଦି ଅଧିନାୟକ ଦାୟିତ୍ଵ ଦିଆଯାଏ ତେବେ ତାଙ୍କ ଉପରେ କୌଣସି ଚାପ ପଡିବ ନାହିଁ। କୋହଲି ଆଡିଲେଡ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ପରେ ପିତୃତ୍ଵ ଅବକାଶରେ ସ୍ଵଦେଶ ଫେରିବେ। ବାକି ତିନି ଟେଷ୍ଟରେ ରାହାଣେଙ୍କୁ ଅଧିନାୟକ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଗାଭାସ୍କର ଷ୍ଟାର ସ୍ପୋର୍ଟ୍ସର କାର୍ଯ୍ୟକ୍ରମ ‘ଗେମ୍‌ ପ୍ଲାନ’ରେ କହିଛନ୍ତି, ଆଜିଙ୍କ୍ୟ ରାହାଣେଙ୍କ ଉପରେ କୌଣସି ଚାପ ରହିବ ନାହିଁ କାରଣ ସେ ଦୁଇ ଥର ଭାରତର ଅଧିନାୟକ ଦାୟିତ୍ଵ ସମ୍ଭାଳିଛନ୍ତି ଏବଂ ଦଳ ପ୍ରତି ଥର ବିଜୟୀ ହୋଇଛି।

ଅଷ୍ଟ୍ରେଲିଆ ବିପକ୍ଷ ଧର୍ମଶାଳାରେ ଖେଳାଯାଇଥିବା ଟେଷ୍ଟରେ ଭାରତ ବିଜୟୀ ହୋଇଥିଲା। ପୁଣି ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଦଳ ବିଜୟୀ ହୋଇଥିଲା। ସେ କହିଛନ୍ତି, ରାହାଣେଙ୍କ ଉପରେ ଅଧିନାୟକତ୍ଵ ନେଇ କୌଣସି ଚାପ ରହିବ ନାହିଁ କାରଣ ତାଙ୍କୁ ଜଣା ଯେ, ସେ ଆଗାମୀ ତିନି ଟେଷ୍ଟ ଲାଗି ଦଳର କାର୍ଯ୍ୟକାରୀ ଅଧିନାୟକ ରହିବେ।

ଗାଭାସ୍କର କହିଛନ୍ତି, ସେଥିପାଇଁ ମୋତେ ଲାଗୁନି ସେ, ଅଧିନାୟକତ୍ଵ ନେଇ ଅଧିକ ଚିନ୍ତା କରୁଥିବେ। ରାହାଣେ ଦୁଇ ଅଭ୍ୟାସ୍‌ ମ୍ୟାଚ୍‌ରେ ଦଳର ଅଧିନାୟକ ରହିଥିଲେ ଏବେଂ ଦୁଇ ମ୍ୟାଚ୍‌ ଡ୍ର ରହିଛି। ସେ ବ୍ୟାଟିଂରେ ଯେମିତି ପ୍ରଦର୍ଶନ କରନ୍ତି ସେମିତି ମଧ୍ୟ ଅଧିନାୟକ ଦାୟିତ୍ଵ ସମ୍ଭାଳିବେ ବୋଲି ଗାଭାସ୍କର କହିଛନ୍ତି। ରାହାଣେ ଚେତେଶ୍ଵର ପୂଜାରାଙ୍କ ସହ ମିଶି ବିରୋଧୀ ଦଳ ଉପରେ ଚାପ ପକାଇବାକୁ ଚେଷ୍ଟା କରିବେ।

ପୂଜାରା ୨୦୧୮-୧୯ରେ ଖେଳାଯାଇଥିବା ସିରିଜ୍‌ରେ ୫୨୧ ରନ କରି ପ୍ଲେୟାର ଅଫ ଦ ସିରିଜ୍ ହୋଇଥିଲେ। ଭାରତ ସେହି ସିରିଜ୍‌ ୨-୧ରେ ଜିତି ଥିଲା। ଗାଭାସ୍କରଙ୍କ ଅନୁଯାୟୀ, ଯଦି ଆଗାମୀ ସିରିଜ୍‌ରେ ଭାରତକୁ ଭଲ ପ୍ରଦର୍ଶନ କରିବାର ଅଛି ତେବେ ପୂଜାରାଙ୍କୁ ଲମ୍ବା ଇନିଂସ ଖେଳିବାକୁ ପଡିବ। ସେ କହିଛନ୍ତି, ଆଗାମୀ ୨୦ ଦିନର ଟେଷ୍ଟ କ୍ରିକେଟ୍‌ରେ ମୁଁ ଚାହିଁବି ପୂଜାରା ୧୫ ଦିନ ବ୍ୟାଟିଂ କରନ୍ତୁ। କାରଣ ପୂଜାରା ମାନସିକ ଭାବେ ବହୁତ ଦୃଢ ଖେଳାଳି।

ଅଷ୍ଟ୍ରେଲିଆର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ମାଥ୍ୟୁ ହେଡେନ ମଧ୍ୟ ପୂଜାରାଙ୍କ ପ୍ରଶଂସା କରି କହିଛନ୍ତି, ସେ ଆମକୁ ବହୁତ ହଇରାଣରେ ପକାଇଛନ୍ତି। ଆମେ ବର୍ତ୍ତମାନ ସେହି ପିଢିରେ ଅଛୁ, ଯେଉଁଠି ଖେଳାଳିଙ୍କୁ ତାର ଷ୍ଟ୍ରୋକ୍ ଓ ଷ୍ଟ୍ରାଇକ୍‌ ରେଟ୍ ପାଇଁ ପ୍ରଶଂସା କରୁ। ପୂଜାରା ସେହି ଖେଳାଳିଙ୍କ ମଧ୍ୟରୁ ଜଣେ ଯାହାଙ୍କ ଟେଷ୍ଟ କ୍ରିକେଟ୍‌ରେ ଷ୍ଟ୍ରାଇକ୍‌ ରେଟ୍‌ ପାଖାପାଖି ୪୫ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ