ଖେଳ ଦେଶ ବିଦେଶ

କୋହଲିଙ୍କୁ ଲେଗ୍‌ସାଇଡ୍‌ ସଟ୍‌ କାଣ୍ଟଛାଣ୍ଟ କରିବାକୁ ହେବ: କପିଳ ଦେବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଯଦି ନିଜ ବୟସ ପ୍ରଭାବ ସହିତ ଆବଶ୍ୟକୀୟ ସାମାନ୍ୟ ସାଲିସ କରି‌ନେବେ ତେବେ ବିଶ୍ବର ସବୁଠୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍‌ ହୋଇପାରିବେ। ଏଭଳି ଉଲ୍ଲେଖନୀୟ ଟିପ୍ପଣୀ ଦେଇଛନ୍ତି ଭାରତକୁ ୧୯୮୩ରେ ଅପ୍ରତ୍ୟାଶିତ ଭାବେ ବିଶ୍ବକପ୍‌ ବିଜେତା କରାଇଥିବା ପୂର୍ବତନ ଅଧିନାୟକ କପିଳ ଦେବ। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଆୟାଜ ମେନନଙ୍କ ସହ ଶୁକ୍ରବାର ଆଲୋଚନା ବେଳେ କିଂବଦନ୍ତି ଅଲରାଉଣ୍ଡର୍‌ କପିଳଦେବ ଏଭଳି କହିଛନ୍ତି। କୋହଲି ନିଜ ଖେଳ ଜୀବନର ଏଭଳି ସମୟରେ ପହଞ୍ଚିଯାଇଛନ୍ତି ଯେ ସେ ଏବେ ଭୟଙ୍କର ବ୍ୟାଟ୍ସମ୍ୟାନ୍‌ ହୋଇପାରିବେ। ବୟସ ବଢ଼ିବା ସହ ଦୃଷ୍ଟିଶକ୍ତି ଦୁର୍ବଳତାକୁ ଦୂର କରିବା ଲାଗି ତାଙ୍କୁ କିଛି ସାଲିସ୍ କରିବାକୁ ପଡ଼ିବ। ବିରାଟ କୋହଲି ଏବଂ ଷ୍ଟିଭେନ୍ ସ୍ମିଥ୍‌ଙ୍କ ଉପରେ ନଜର ପକାଇଲେ ସେମାନେ ଗୋଟିଏ ନୌକାରେ ଅଛନ୍ତି। ସ୍ମିଥଙ୍କ ଦୃଷ୍ଟିଶକ୍ତି କମିଲାଣି। ଉଭୟ ଲେଗ୍‌ସାଇଡରେ ଖେଳିବାକୁ ପସନ୍ଦ କରିଥାନ୍ତି। ତେଣୁ ଏମାନେ ଏଲ୍‌ବିଡ୍‌ବୁଲ୍ୟ ହେବା ଆଶଙ୍କା ଅଧିକ ଥାଏ। ୨୮ରୁ ୩୪ ବର୍ଷ ମଧ୍ୟରେ ନିଜ ଦୃଷ୍ଟିଶକ୍ତିକୁ ସଠିକ୍ ଭାବେ ଜମାଇନେବାର ଶ୍ରେଷ୍ଠ ସମୟ ବୋଲି କପିଳ ଦେବ କହିଥ‌ିଲେ। ଅତୀତରେ ବୟସ ପ୍ରଭାବ କାରଣରୁ ବୀରେନ୍ଦ୍ର ସେହବାଗ ଏବଂ ରାହୁଲ ଦ୍ରାବିଡ଼ଙ୍କ ଭଳି ଖେଳାଳି ବିଫଳ ହୋଇଥିଲେ। କୋହଲି ଯଦି ନିଜ ଲେଗ୍‌ସାଇଡ୍ ସଟ୍‌କୁ କାଣ୍ଟଛାଣ୍ଟ କରିବେ ଏବଂ ଅଧିକ ‘ଭି’ ଅଞ୍ଚଳରେ ଖେଳିବେ ତେବେ ଶ୍ରେଷ୍ଠ ବିବେଚିତ ହୋଇସାରିଥିବା ଏହି ବ୍ୟାଟ୍ସମ୍ୟାନ୍ ନିଶ୍ଚିତ ବିପଜ୍ଜନନକ ହୋଇପାରିବେ ବୋଲି କପିଳ ଦେବ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ