ଦେଶ ବିଦେଶ ମନୋରଞ୍ଜନ

କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟଙ୍କ ବଢିଲା ଅଡୁଆ, ଅସଦାଚରଣ ଅଭିଯୋଗରେ ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଳୀ ୦୧।୦୪ : ଯୌନ ଉତ୍ପୀଡ଼ନ ତଥା ୨୦୨୦ରେ ପଞ୍ଜୀକୃତ ହୋଇଥିବା ମାମଲାରେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ପୋଲିସ ଏକ ଚାର୍ଜସିଟ ଦାଖଲ କରିଛି। ଗଣେଶ ଆଚାର୍ଯ୍ୟ ଜଣେ ମହିଳା କୋ-ଡ୍ୟାନସ ଅଭିଯୋଗ କରିଥିଲେ। ଏନେଇ ଗୁରୁବାର ଦିନ ପୋଲିସ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଆଇନର ବିଭିନ୍ନ ବିଭାଗ ଅଧୀନରେ ତାଙ୍କର ଜଣେ ସହକାରୀଙ୍କ ସହ ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗର ଯାଞ୍ଚ କରୁଥିବା ଓସିୱାରା ପୋଲିସ ଅଧିକାରୀ ସନ୍ଦୀପ ସିନ୍ଦେ କହିଛନ୍ତି ଯେ ଆନ୍ଧ୍ରର ମହାନଗର ନିଗମରେ ନିକଟରେ ଏହି ଚାର୍ଜସିଟ ଦାଖଲ କରାଯାଇଛି।

ହେଲେ ଗଣେଶ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଗଣେଶ ଆଚାର୍ଯ୍ୟଙ୍କୁ ତାଙ୍କର କିଛି ସହକର୍ମୀ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ । ଯାହାକୁ ସେ ଅସ୍ୱୀକାର କରିଥିଲେ। ଗଣେଶ ଏବଂ ତାଙ୍କ ସହକାରୀଙ୍କ ଉପରେ ଧାରା ୩୫୪-ଏ, ୩୫୪-ସି, ୩୫୪-ଡି, ୫୦୯, ୩୨୩, ୫୦୪,୫୦୬ ଏବଂ ୩୪ ଅଧିନରେ ଚାର୍ଜ ହୋଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ