ଖେଳ ଦେଶ ବିଦେଶ

କୋରିଆ ଓପନ୍‌ ସେମିରେ ସିନ୍ଧୁ, ଶ୍ରୀକାନ୍ତ

ସୁଞ୍ଚିଅନ୍‌: ଭାରତର ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା କୋରିଆ ଓପନ୍‌ ସୁପର ୫୦୦ ପ୍ରତିଯୋଗିତାର ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ଦୁଇ ଥରର ଅଲିମ୍ପିକ୍‌ ପଦକ ବିଜୟିନୀ ସିନ୍ଧୁ ୨୧-୧୦ ଓ ୨୧-୧୬ରେ ଥାଇଲାଣ୍ଡର ବୁସାନାନ୍‌ ଓଙ୍ଗ୍‌ବାମ୍‌ରୁଙ୍ଗ୍‌ଫାନ୍‌ଙ୍କୁ ପରାସ୍ତ କରିଥିଲେ। ବୁସାନାନ୍‌ଙ୍କ ବିପକ୍ଷରେ ସିନ୍ଧୁଙ୍କ ଏହା ୧୭ତମ ବିଜୟ। ସେମିଫାଇନାଲ୍‌ରେ ସିନ୍ଧୁଙ୍କ ମୁକାବିଲା କୋରିଆର ଆନ୍‌ ସିୟଙ୍ଗଙ୍କ ସହ ହେବ। ସେହିପରି ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ପୂର୍ବତନ ଏକନମ୍ବର ତଥା ବିଶ୍ବ ରୌପ୍ୟ ବିଜେତା ଶ୍ରୀକାନ୍ତ ୨୧-୧୨, ୧୮-୨୧ ଓ ୨୧-୧୨ରେ କୋରିଆର ସନ୍‌ ୱାନ୍‌ ହୋ’ଙ୍କୁ ହରାଇଥିଲେ। ‌ଏହି କୋରିଆ ଖେଳାଳିଙ୍କ ବିରୋଧରେ ଶ୍ରୀକାନ୍ତଙ୍କ ବିଜୟ ପରାଜୟ ବ୍ୟବଧାନ ୪-୭ ହୋଇଛି। ପଞ୍ଚମ ମାନ୍ୟତାପ୍ରାପ୍ତ ଶ୍ରୀକାନ୍ତ ସେମିଫାଇନାଲ୍‌ରେ ଇଣ୍ଡୋନେସିଆର ଜୋନାଟାନ କ୍ରିଷ୍ଟିଙ୍କୁ ଭେଟିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ