ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ ମାମଲା ହ୍ରାସ ପରେ କେନ୍ଦ୍ରର ନିର୍ଦ୍ଦେଶ: ରାଜ୍ୟମାନେ ସମୀକ୍ଷା କରି କଟକଣା ହଟାଇପାରିବେ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌-୧୯ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି। ଦୈନିକ ପଞ୍ଜୀକୃତ ହେଉଥିବା ମାମଲା ସଂଖ୍ୟାରେ ମଧ୍ୟ କ୍ରମାଗତ ହ୍ରାସ ପାଇଛି। ରାଜ୍ୟ ସରକାରମାନଙ୍କ ଦ୍ୱାରା କରୋନା କଟକଣା କୋହଳ କରାଯାଉଛି। ଏସବୁ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ରାଜ୍ୟମାନେ କୋଭିଡ ନିୟମ ଏବଂ ଅତିରିକ୍ତ କଟକଣାକୁ ସମୀକ୍ଷା କରି ପରିସ୍ଥିତି ଦେଖି କଟକଣା ହଟାଇ ଦେଇପାରିବେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ଭାରତରେ କୋଭିଡ୍‌-୧୯ ମହାମାରୀ ଜାନୁଆରି ୨୧ ତାରିଖରୁ କ୍ରମାଗତ ହ୍ରାସ ପାଉଛି। ଏଭଳି ସ୍ଥିତି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସ୍ଥିତି ସମୀକ୍ଷା କରି କଟକଣା କୋହଳ କରିପାରିବେ କିମ୍ବା ହଟାଇ ଦେଇପାରିବେ। ଅନ୍ୟପକ୍ଷରେ ଦେଶର ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ କରୋନାର ତୃତୀୟ ଲହର ଶେଷ ହୋଇଛି ଏବଂ ସ୍ଥିତି ସଂୂପଣ୍ବର୍ଣ୍ଣ ନିୟନ୍ତ୍ରଣାଧୀନ ବୋଲି ସିଏସ୍‌ଆଇଆର ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଡାକ୍ତର ଅନୁରାଗ ଅଗ୍ରୱାଲ କହିଛନ୍ତି। ଭାଇରସ୍‌ରେ ସେଭଳି ‌କୌଣସି ବଡ଼ ପରିବର୍ତ୍ତନ ଦେଖାନଗଲେ ସଂକ୍ରମଣ ପୁନର୍ବାର ବଢ଼ିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ