ଦେଶ ବିଦେଶ ମନୋରଞ୍ଜନ

‘କୋଭିଡ ପାଇଁ ସବୁ କିଛି ଘୁଞ୍ଚିଗଲା’ : ବିବାହକୁ ନେଇ ବଡ଼ କଥା କହିଲେ ଅଭିନେତ୍ରୀ ଶ୍ରୀଜିତା ଦେ

ମୁମ୍ବାଇ ୩୦/୧୦: ଟିଭି ଅଭିନେତ୍ରୀ ଶ୍ରୀଜିତା ଦେ ଲକଡାଉନରେ ନିଜର ଅଧିକାଂଶ ସମୟ ନିଜ ବୟଫ୍ରେଣ୍ଡ ମାଇକେଲ୍ ବ୍ଲୋହମଙ୍କ ସହ ଗୋଆରେ ବିତାଇଛନ୍ତି। ଏହା ତାଙ୍କ ପାଇଁ ଏକ ଚମତ୍କାର ସଂଯୋଗ ଥିଲା। ଏହି ଯୋଡ଼ି ନିଜ ବନ୍ଧୁ ଟିନା ଦତ୍ତା,ଆସ୍କା ଗୋରାଡିଆ ଏବଂ ବନ୍ଧୁ ବ୍ରେଣ୍ଟ ଗୋବ୍ଲେଙ୍କ ସହ ଛୁଟି କଟାଇବାକୁ ଗୋଆ ଯାଇଥିଲେ। କିନ୍ତୁ ବାକି ସମସ୍ତଙ୍କ ଭଳି ଏମାନେ ମଧ୍ୟ ଲକଡାଉନ୍ ଯୋଗୁଁ ସେଠାରେ ହିଁ ଫସି ଯାଇଥିଲେ।

ଶ୍ରୀଜିତା କହିଛନ୍ତି ଯେ ସେମାନେ କିଛି ସମୟ ଏକାଠି କଟାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଗୋଆ ଆସି ବ୍ରେଣ୍ଟଙ୍କଠୁ କିଛି ଯୋଗ ଶିଖିଥିଲେ। ମୁମ୍ବାଇ ପାଇଁ ତାଙ୍କ ରିଟର୍ଣ୍ଣ ଟିକେଟ ମାର୍ଚ୍ଚ ୨୩ ପାଇଁ ବୁକିଂ ଥିଲା କିନ୍ତୁ ଏହା ପୂର୍ବରୁ ହିଁ ଲକଡାଉନ୍ ଘୋଷଣା କରି ଦିଆଯାଇଥିଲା। ଶ୍ରୀଜିତା କହିଥିଲେ ଯେ ମୁମ୍ବାଇରେ ରହି ତାଙ୍କ ପାଇଁ ନିଜ ବୟଫ୍ରେଣ୍ଡଙ୍କ ସହ ସମୟ ବିତାଇବା ଅତ୍ୟଧିକ ମୁସ୍କିଲ ହୋଇଥାଏ କିନ୍ତୁ ଏହା ତାଙ୍କ ପାଇଁ କୌଣସି ଆଶୀର୍ବାଦଠୁ କମ୍ ନଥିଲା।

ଶ୍ରୀଜିତା କହିଛନ୍ତି ଯେ ମୁମ୍ବାଇ ଭଳି ମାୟା ନଗରୀରେ କାମ ସେମାନଙ୍କୁ ସବୁବେଳେ ବ୍ୟସ୍ତ ରଖିଥାଏ। ସେ ଏବଂ ମାଇକେଲ୍ ସାଧାରଣତଃ ଏକାଠି ସମୟ ବିତାଇ ପାରନ୍ତି ନାହିଁ। ଏହି ଲକଡାଉନ୍ ଯୋଗୁଁ ପରରସ୍ପରକୁ ଅଧିକ ଜାଣିବାର ସୁଯୋଗ ମିଳିଛି। କୋଭିଡ ଯୋଗୁଁ ସେମାନେ ତାଙ୍କ ବିବାହକୁ ପୋଷ୍ଟପୋନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେ ଆଗକୁ କହିଛନ୍ତି ଯେ ,ସେ ଜର୍ମାନୀରେ ମାଇକେଲଙ୍କ ପରିବାରକୁ ୩ଥର ଦେଖା କରି ସାରିଛନ୍ତି। ସେ ବହୁତ ଶାନ୍ତ ଏବଂ ରିଲାକ୍ସ ଅଛନ୍ତି। ମାଇକେଲ୍ ମଧ୍ୟ ଅଧିକାଂଶ ସମୟରେ ତାଙ୍କ ଘରକୁ ଆସିଛନ୍ତି। ତାଙ୍କ ବାପା ମାଆ ମାଇକେଲଙ୍କୁ ପସନ୍ଦ କରନ୍ତି। ସେମାନଙ୍କ ପରିବାର ତାଙ୍କ ସମ୍ପର୍କକୁ ନେଇ ଖୁସି ଅଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ