ସ୍ୱାସ୍ଥ୍ୟ

କୋଭିଡ ଟିକା ସଂଜୀବନୀ ଭଳି କାମ ଦେଉଛି; ପ୍ରଥମ ଲହରରେ ଯାଇଥିଲା ୪୬ ପୁଲିସଙ୍କ ଜୀବନ, ଏଥର ଶୂନ

କଟକ: କୋଭିଡକୁ ନେଇ ଏବେ କୋକୁଆ ଭୟ। ଟିକା ନେବାକୁ ପୂର୍ବରୁ ଆଗ୍ରହ କରୁ ନଥିବା ବ୍ୟକ୍ତି ଏବେ ଟିକା ନେବାକୁ ତତ୍ପର। ତେବେ କୋଭିଡ ବିରୋଧରେ ଲଢିବାକୁ କୋଭିଡ ଟିକା ଏବେ ସଂଜିବନୀ ଭଳି କାମ ଦେଉଛି। ଏ କଥା ତଥ୍ୟ କହୁଛି। ୨୦୨୦ କୋଭିଡର ପ୍ରଥମ ଲହର ବେଳେ ବହୁ ସଂଖ୍ୟାରେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଓଡ଼ିଶାରେ ପାଖାପାଖି ୪୬ ଜଣ ପୁଲିସ କୋଭିଡ ଯୋଦ୍ଧା କରୋନା‌‌ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ।

କୋଭିଡ ବେଳେ କର୍ତ୍ତବ୍ୟରତ ଥିବା ବେଳେ ସେମାନେ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡି ଥିଲେ। ମାତ୍ର ଏବେ କୋଭିଡ ଟିକା ସେମାନଙ୍କୁ ସୁରକ୍ଷା ଦେଇଛି। ଦୁଇ ଡୋଜ ଟିକା ନେଇଥିବା କୌଣସି ପୁଲିସ କର୍ମଚାରୀ ଏଯାଏ ଦ୍ବିତୀୟ ଲହରରେ ସେଭଳି ଗୁରୁତର ହୋଇ ନାହାନ୍ତି କି କାହାର ମୃତ୍ୟୁ ବି ଘଟି ନାହିଁ। ଏଡିଜି (ଆଇନଶୃଙ୍ଖଳା) ଯଶୱନ୍ତ ଜେଠୱା କହିବା ଅନୁଯାୟୀ କାଁ ଭାଁ ରାଜ୍ୟରେ ପୁଲିସ ସଂକ୍ରମିତ ହୋଇଥିଲେ ବି ପ୍ରାୟ ସମସ୍ତେ ସୁସ୍ଥ ହୋଇ ଗଲେଣି

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।