ଦେଶ ବିଦେଶ ମନୋରଞ୍ଜନ ଲାଇଫ୍ ଷ୍ଟାଇଲ

କୋଭିଡ ଗାଇଡଲାଇନ୍ ଅନୁଯାୟୀ ୧୦ ମାସ ବ୍ୟବଧାନ ପରେ ରିଲିଜ୍‌ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ରୋମିଓ ରାଜା’

କଟକ: କରୋନା କାଳରେ ଦୀର୍ଘ ୧୦ ମାସ ପରେ ଆଜି ରିଲିଜ ହେଲା ଅମ୍ଳାନ ଓ ତମନ୍ନାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ରୋମିଓ ରାଜା’। ଏହା ଏବର୍ଷର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। କ‌ୋଭିଡ କଟକଣା ଭିତରେ ଚଳଚ୍ଚିତ୍ରର ଦେଖିବାର ଏକ ନିଆରା ଅନୁଭୂତି ‌ପାଇଛନ୍ତି ଦର୍ଶକ। କଟକ ବୃନ୍ଦାବନ ସିନେମା ହଲ ଠାରେ ଆଜି ରିଲିଜ ହୋଇଛି ଏହି ଚଳଚ୍ଚିତ୍ର। ତେବେ କୋଭିଡ଼ କଟକଣା ଅନୁଯାୟୀ ଦର୍ଶକ ଫିଲ୍ମ ଦେଖିଛନ୍ତି।

ହଲରେ ପହଞ୍ଚିବା ପରେ ଦର୍ଶକଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଦର୍ଶକଙ୍କୁ ପେପର ଟିକେଟ୍ ଦିଆଯିବ ନାହିଁ‌, ଟିକେଟ କିଣିବା ପାଇଁ କେବଳ ଡିଜିଟାଲ ଟ୍ରାଞ୍ଜାକ୍ସନ ସୁବିଧା କରାଯାଇଛି। ମୋବାଇଲ ମେସେଜରେ ଆର୍ଲଟ ହେବ ସିଟ୍‌, ଫିଲ୍ମ ଦେଖଇବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ହଲର ବିିଭନ୍ନ ସ୍ଥାନରେ ରହିବ ହ୍ୟାଣ୍ତ ସାନିଟାଇଜର, ଗ‌ୋଟିଏ ସିଟ୍‌ ବ୍ୟବଧାନରେ ବସିବେ ଦର୍ଶକ, ହଲରେ ଏସିର ତାପମାତ୍ରା ୨୪ ରୁ ୩୦ ଡିଗ୍ରି ରହିବ, ହଲରେ ଭେଣ୍ଟିଲେଟର, ବ୍ୟବସ୍ଥା ରହିବା ବାଧ୍ୟତା ମୂଳକ କରାଯାଇଛି। ଗୋଟିଏ ସୋ’ ସରିବା ପରେ ସିନେମା ହଲ୍ ସାନିଟାଇଜ ହେବ। ଏହାଛଡ଼ା କାଉଣ୍ଟରରେ କେବଳ ପ୍ୟାକେଟ ଖାଦ୍ୟ ମିଳିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା