ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍-୧୯ ସଂକ୍ରମଣ ଦ୍ରୁତ ବୃଦ୍ଧି କାରଣରୁ ଯେତେ ଶୀଘ୍ର ସମ୍ଭବ ଭାରତରୁ ଫେରିଆସିବା ପାଇଁ ନାଗରିକମାନଙ୍କୁ କହିଲା ଆମେରିକା

ନୂଆଦିଲ୍ଲୀ: କୋଭିଡ୍‌-୧୯ ସଂକ୍ରମଣ ମାମଲା ତୀବ୍ର ବେଗରେ ବୃଦ୍ଧିପାଉଥିବା ବାତାବରଣରେ ଭାରତକୁ ନ ଯିବା ପାଇଁ ଏବଂ ଯେଉଁମାନେ ଭାରତରେ ଅଛନ୍ତି ନିରାପଦ ସମ୍ଭବ ମନେହେଉଥିଲେ ଯଥା ଶୀଘ୍ର ସମ୍ଭବ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ଲାଗି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ତା’ର ନାଗରିକମାନଙ୍କୁ ପରାମର୍ଶ ଦେଇଛି।

ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗଦ୍ବାରା ଜାରି ଏହି ପର୍ଯ୍ୟଟନ ପରାମର୍ଶନାମାରେ ଭାରତକୁ ୪ର୍ଥ ସ୍ତର ବା ସର୍ବୋଚ୍ଚ ସ୍ତରରେ ରଖି କୁହାଯାଇଛି ଯେ, ଭାରତରେ ସବୁ ପ୍ରକାରର ଡାକ୍ତରୀ ସେବା ଖୁବ୍‌ ସଙ୍କୁଚିତ ହୋଇଆସୁଛି।

ଟୁଇଟ୍‌ କରି ଆମେରିକାର ବୈଦେଶିକ ବିଭାଗ କହିଛି, କୋଭିଡ୍‌-୧୯ ସଂକ୍ରମଣ ମାମଲା ଯୋଗୁଁ ଭାରତରେ ସବୁ ପ୍ରକାର ଡାକ୍ତରୀ ସେବା ଅତି ସୀମିତ ହୋଇଯାଇଛି। ଭାରତରୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ଯୁକ୍ତରାଷ୍ଟ୍ର ଆମେରିକୀୟ ନାଗରିକମାନେ ଏବେ ଉପଲବ୍ଧ ବାଣିଜ୍ୟିକ ବିକଳ୍ପ (କମର୍ସିଆଲ୍‌ ଅପ୍ସନ୍‌ସ୍‌) ଉପଯୋଗ କରିବା ଉଚିତ। ସିଧାସଳଖ ଯୁକ୍ତରାଷ୍ଟ୍ର ଆମେରିକାକୁ ଏବଂ ପ୍ୟାରିସ୍‌ ଓ ଫ୍ରାଙ୍କ୍‌ପୁର୍ଟ ବାଟ ଦେଇ ବିମାନ ଯାତାୟାତ କରୁଛି।

ଏହାଛଡ଼ା, ଦୂତାବାସରୁ ଭାରତରେ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇବା ପାଇଁ ‘ସ୍ମାର୍ଟ ଟ୍ରାଭେଲ୍‌ର୍‌ ଏନ୍‌ରୋଲ୍‌ମେଣ୍ଟ୍‌ ପ୍ରୋଗ୍ରାମ୍‌’ରେ ସାମିଲ ହେବାକୁ ଯୁକ୍ତରାଷ୍ଟ୍ର ଆମେରିକୀୟ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି।

ସେହିପରି, ଭ୍ରମଣ ସଂକ୍ରାନ୍ତ କଟକଣା ବିଷୟରେ ସଦ୍ୟ ସୂଚନା ପାଇବା ଲାଗି ଆମେରିକା ତା’ର ନାଗରିକମାନଙ୍କୁ ‘ଭାରତୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ’ ୱେବ୍‌ସାଇଟ୍‌ ଦେଖିବାକୁ ମଧ୍ୟ ପରାମର୍ଶ ଦେଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ