ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍‌ ସୁନାମି ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟୟମୁଖୀ କରିବ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜିନିଭା: ‘ଓମିକ୍ରନ୍‌ ଏବଂ ଡେଲ୍‌ଟା କୋଭିଡ୍‌-୧୯’ ମାମଲାର ‘ସୁନାମି’ ସାମର୍ଥ୍ୟ ଠାରୁ ଅଧିକ କାମ କରୁଥିବା ସ୍ବାସ୍ଥ୍ୟ ସେବାକୁ ଭାରାକ୍ରାନ୍ତ କରିବ ବୋଲି ବୁଧବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି, ଉଦ୍‌ବେଗଜନକ ‘ଡେଲ୍‌ଟା ଏବଂ ଓମିକ୍ରନ୍‌ ଭେରିଏଣ୍ଟ୍‌’ ହେଉଛି ‘ଯମଜ ବିପଦ’ ଯାହା ନୂତନ ସଂକ୍ରମଣ ମାମଲାକୁ ରେକର୍ଡ ସ୍ତରକୁ ନେବା ସହ ଡାକ୍ତରଖାନା ଭର୍ତ୍ତି ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି କରାଉଛି।

ଗତ ସପ୍ତାହରେ ବିଶ୍ବବ୍ୟାପୀ ନୂତନ ସଂକ୍ରମଣ ମାମଲା ୧୧% ବୃଦ୍ଧି ପାଇଥିବା ବ‌େଳେ ବୁଧବାର ଦିନ ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଫ୍ରାନ୍‌ସ୍‌ ଦୈନିକ ସଂକ୍ରମଣ କ୍ଷେତ୍ରରେ ରେକର୍ଡ କରିଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେୟେସସ୍‌ କହିଛନ୍ତି, ଡେଲ୍‌ଟା ବିସ୍ତାର ଲାଭ କରୁଥିବା ବେଳେ ଅଧିକ ସଂକ୍ରମଣଶୀଳ ଓମିକ୍ରନ୍‌ ବିସ୍ତାର ଲାଭ କରୁଥିବାରୁ ମୁଁ ଖୁବ୍‌ ଚିନ୍ତିତ।

ଅବସନ୍ନ ସ୍ବାସ୍ଥ୍ୟ କର୍ମୀ ଉପରେ ଏହା ଅଧିକ ଚାପ ପକାଉଛି ଏବଂ ପକାଇବ ମଧ୍ୟ। ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ମଧ୍ୟ ଏହା ବିଧ୍ବସ୍ତମୁଖୀ କରିବ। ସ୍ବାସ୍ଥ୍ୟ ସେବା ଉପରେ ଏହି ଚାପ କେବଳ ନୂଆ କରୋନାଭାଇରସ୍‌ ରୋଗୀଙ୍କ ଯୋଗୁଁ ନୁହେଁ, କୋଭିଡ୍‌ ଯୋଗୁଁ ଅସୁସ୍ଥ ହୋଇପଡୁଥିବା ବହୁସଂଖ୍ୟକ ସ୍ବାସ୍ଥ୍ୟ କର୍ମୀଙ୍କ ଯୋଗୁଁ ବି ପଡ଼ିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ