ଦେଶ ବିଦେଶ ମନୋରଞ୍ଜନ

କୋଭିଡ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ଅମିରଙ୍କ ନାଁରେ ଏତଲା

ବଲିଉଡ୍‌ ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍‌ ଅମିର ଖାନ୍ ନିଜ ଆଗାମୀ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଡ୍ଡା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ସେ ଉତ୍ତର ପ୍ରଦେଶର ଗାଜିଆବାଦରେ ଚଳଚ୍ଚିତ୍ରର କିଛି ଅଂଶ ସୁଟିଂ କରିଥିଲେ। କିନ୍ତୁ ଏଠାରେ ସୁଟିଂ ସମୟରେ ସେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ଲୋନିରୁ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ଅମିରଙ୍କ ଉପରେ କୋଭିଡ୍ ପ୍ରୋଟକଲ୍ ଭାଙ୍ଗିବା ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଛନ୍ତି।

ପ୍ରକାଶ ଥାଉ କି, ଅମିର ଗାଜିଆବାଦରେ ଥିବା ନେଇ ତାଙ୍କ ପ୍ରଶଂସକମାନେ ଜାଣିବା ପରେ ଭାରି ଉତ୍ସାହିତ ହୋଇ ପଡ଼ିଥିଲେ। ସେମାନେ ତାଙ୍କୁ ଦେଖା କରିବା ପାଇଁ ସୁଟିଂ ସ୍ଥାନ‌ରେ ପହଞ୍ଚିଥିଲେ। ଅମିର ମଧ୍ୟ ସମସ୍ତଙ୍କୁ ଭେଟିଥିଲେ ଓ ସେମାନଙ୍କ ସହ ଫଟୋ ଉଠାଇଥିଲେ। କିନ୍ତୁ ଏହି ସମୟରେ ଅମିରଙ୍କ ସମେତ କୌଣସି ପ୍ରଶଂସକଙ୍କ ମୁହଁରେ ମାସ୍କ ନଥିଲା। ଏହାକୁ ନେଇ ବିଜେପି ବିଧାୟକ ଥାନାରେ ଅମିରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶଥାଉ କି, ଲାଲ୍ ସିଂହ ଚଡ୍ଡା ଆଗାମୀ ବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ