ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ୍‌ ଟିକା: ଦେଶର ସବୁ ରାଜ୍ୟରେ ଜାନୁଆରି ୨ରୁ ଆରମ୍ଭ ହେବ ଡ୍ରାଏ ରନ୍

ନୂଆଦିଲ୍ଲୀ: ନୂଆବର୍ଷ ଆସିବା ସହିତ ଦେଶରେ ଏବେ କରୋନା ଟିକାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୨୦୨୧ ପ୍ରଥମ ୨ରୁ ୩ ମାସ ମଧ୍ୟରେ ଟିକା ଆସିଯିବାର ସମ୍ଭାବନା ରହିଛି । ଏଥିସହିତ ଜାନୁଆରି ୨ରୁ ଦେଶର ସବୁ ରାଜ୍ୟରେ କରୋନା ଟିକାର ଡ୍ରାଇ ରନ୍ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ଇତିମଧ୍ୟରେ ଦେଶର ୪ଟି ରାଜ୍ୟରେ ଏଭଳି ଡ୍ରାଇ ରନ କରାଯାଇଛି। ଯେଉଁଥିରେ ପଞ୍ଜାବ, ଆସାମ, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶ ରହିଛି। ଏହି ୪ଟି ରାଜ୍ୟରେ ଡ୍ରାଏ ରନ ସଫଳ ରହିଛି। ଏହାପରେ ସମଗ୍ର ଦେଶରେ ଏହି ଡ୍ରାଏ ରନ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଅନୁଯାୟୀ, ଡ୍ରାଏ ରନରେ ରାଜ୍ୟର ଦୁଇଟି ସହର ଚିହ୍ନଟ କରିବାକୁ ହେବ। ଏହି ଦୁଇଟି ସହରରେ ଟିକା ପହଞ୍ଚାଇବା, ହସ୍ପିଟାଲ ପର୍ଯ୍ୟନ୍ତ ଯିବା, ଲୋକମାନଙ୍କୁ ଡାକିବା ସହିତ ଟିକା ଦେବାର ପୂରା ପ୍ରକ୍ରିୟା ପାଳନ କରାଯିବ। ଏଥିସହିତ ସରକାର କରୋନା ଟିକାକୁ ନେଇ କୋଭିନ ମୋବାଇଲ ଆପ ତିଆରି କରିଛନ୍ତି। ଏହାଦ୍ବାରା ମଧ୍ୟ ପରୀକ୍ଷଣ କରାଯାଇ ପାରିବ। ଡ୍ରାଏ ରନ ଦ୍ବାରା ଯେଉଁମାନଙ୍କୁ ଟିକା ଦେବାକୁ ହେବ ସେମାନଙ୍କୁ ଏସଏମଏସ ପଠାଯିବ। ଏହାପରେ ଅଧିକାରୀଙ୍କ ଠାରୁ ନେଇ ସ୍ବାସ୍ଥ୍ୟକର୍ମୀ ପର୍ଯ୍ୟନ୍ତ ସମସ୍ତେ ଟିକା ପ୍ରଦାନ ଉପରେ କାମ କରିବେ।

ମିଳିଥିବା ସୂଚନା ଅନୁସାରେ, ସରକାର ପୂର୍ବରୁ ୮୩ କୋଟି ସିରିଞ୍ଜ୍ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବାଦ୍ ଆହୁରି ୩୫ କୋଟି ସିରିଞ୍ଜ୍ ଅର୍ଡର କରାଯିବ । ଏହାକୁ କୋଭିଡ୍ ଟିକାକରଣ ପାଇଁ ଉପଯୋଗ କରାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ