କଳା ଓ ସଂସ୍କୃତି ରାଜ୍ୟ

କୋଣାର୍କ ଉତ୍ସବକୁ ଆଉ ୭ ଦିନ, ରଙ୍ଗେଇ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ

କୋଣାର୍କ : ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ । ଚଳିତ ବର୍ଷ କରୋନା କଟକଣାରେ କୋଣାର୍କ ଉତ୍ସବ ଆୟୋଜିତ ହେଉଛି । ଆଉ ୭ଦିନ ପରେ ଆରମ୍ଭ ହେବ କୋଣାର୍କ ଉତ୍ସବ । ଏଥି ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଚାଲିଛି । ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ,ସଂଗୀତ ଓ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ । ମୁକ୍ତାକାଶ ରଙ୍ଗମଞ୍ଚକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗ୍ରୀନ ରୁମ୍ ମରାମତି,ପାଚେରୀ ରଙ୍ଗ,ଶବ୍ଦ ଓ ଆଲୋକ ବ୍ୟବସ୍ତା,ଦର୍ଶକ ଗ୍ୟାଲେରୀ ସାଜସଜା,ଯାତ୍ରୀନିବାସର ସମସ୍ତ ରୁମ୍ ମରାମତି କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ରଙ୍ଗମଞ୍ଚ ପରିସରରେ ବଡ ବଡ ଗଛରେ ଚାନ୍ଦୁଆ ଶୋଭା ବଢାଉଛି । ରଙ୍ଗମଞ୍ଚରେ ପ୍ରତି ସଂଧ୍ୟାରେ ଖ୍ୟାତନାମା ନୃତ୍ୟଶିଳ୍ପୀ ପରିବେଷଣ କରିବେ ଓଡିଶୀ, ସତ୍ରୀୟା, ଭାରତନାଟ୍ୟମ, କଥକ, କୁଚି ପୁଡି,ମୋହିନୀଆଟମ ନୃତ୍ୟ ପରିବେଶଣ ହେବ ।

କୋଭିଡ ଗାଇଡଲାଇନ ଅନୁଯାୟୀ ଗ୍ୟାଲେରୀରେ ୩ଫୁଟ ବ୍ୟବଧାନରେ ଦର୍ଶକଙ୍କୁ ଅନୁମତି ମିଳିବ । ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ସୋସିଆଲ ମିଡିଆ ଓ ଦୂରଦର୍ଶନରେ ନୃତ୍ୟ ଓ ସଂଗୀତର ସିଧା ପ୍ରସାରଣ କରାଯିବ । ରଙ୍ଗମଞ୍ଚ ଭିତରକୁ ଟିକେଟ ମୂଲ୍ୟ ରହିଛି ଗ୍ୟାଲେରୀ ୧୦୦ଟଙ୍କା ଓ ୨୦ଟଙ୍କା । ସ୍ୱତନ୍ତ୍ର ପ୍ୟାକେଜ ଟୁରର ବ୍ୟବସ୍ଥା ହୋଇଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥର କରୋନା କଟକଣା ଯୋଗୁଁ ମୀନାବଜାର ଓ ଅପେରା ବାତିଲ କରାଯାଇଛି । ଏଥି ସହିତ ବିଭିନ୍ନ ସଂଗଠନ ପକ୍ଷରୁ ଚନ୍ଦ୍ରଭାଗାରୁ ରାମଚଣ୍ଡି ବେଳାଭୂମି ପଦଯାତ୍ରା,ମିନି ସାଇକ୍ଲୋଥନ, ସାହିତ୍ୟ ଆସର,ଗଣଦୗଡ,ପୁସ୍ତକ ମେଳା ଆଦି କାର୍ଯ୍ୟକ୍ରମ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,