ରାଜ୍ୟ ସ୍ପେଶାଲ ରିପୋର୍ଟ

କେରଳ ବୋଟ୍‌ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି, ଉଦ୍ଧାର ଅଭିଯାନ ଜାରି

ମଲପ୍ପୁରମ୍‌: କେରଳର ମଲପ୍ପୁରମ୍‌ ଡବଲ-ଡେକର୍‌ ହାଉସ୍‌ବୋଟ୍‌ ଓଲଟି ବୁଡ଼ିଯିବା ଜନିତ ମୃତ୍ୟୁସଂଖ୍ୟା ଆଜି ୨୨କୁ ବୃଦ୍ଧି ପାଇଥିବା କଥା ‘ରିଜିଓନାଲ୍‌ ଫାୟାର୍‌ ରେଞ୍ଜ୍‌ ଅଫିସର୍‌’ କହିଛନ୍ତି। ମୃତ ପର୍ଯ୍ୟଟକ ବା ଯାତ୍ରୀମାନଙ୍କ ମଧ୍ୟରେ ୭ଜଣ ପିଲା ଅଛନ୍ତି।

ଉଲ୍ଲେଖଯୋଗ୍ୟ, ରବିବାର ସନ୍ଧ୍ୟା ବ‌େଳେ କେରଳର ମଲପ୍ପୁରମ୍‌ ଅନ୍ତର୍ଗତ ତନୁର୍‌ ଉପକୂଳ ଅଞ୍ଚଳର ତୁବାଲତିରମ୍ ବେଳାଭୂମି ନିକଟରେ ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ଡବଲ-ଡେକର୍‌ ହାଉସ୍‌ବୋଟ୍‌ ଓଲଟିପଡ଼ି ବୁଡ଼ିଯିବାରୁ ଏହି ଅଘଟଣ ଘଟିଥିଲା।

କେରଳ ମନ୍ତ୍ରୀ ଭି. ଅବ୍‌ଦୁରହିମାନ୍‌ଙ୍କ କହିବା ଅନୁସାରେ, ସମ୍ପ୍ରତି ମୃତ୍ୟୁସଂଖ୍ୟା ୨୨ ଥିବା ବେଳେ ଉଦ୍ଧାର କରାଯାଇଥିବା ଆଉ ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ବୋଟ୍‌ ତଳେ ଅନେକ ଲୋକ ଫସି ରହିଯାଇଥିବା ମନେହେଉଛି। ଓଲଟିପଡ଼ି ବୁଡ଼ି ଯାଇଥିବା ହାଉସ୍‌ବୋଟ୍‌ଟିକୁ କୂଳକୁ ଆଣିବା ଲାଗି ଉଦ୍ୟମ କରାଯାଉଛି। ଅଗ୍ନିଶମ ବାହୀନି ଓ ସ୍ବେଚ୍ଛାସେବୀମାନଙ୍କ ସହାୟତାରେ ଉଦ୍ଧାର ଅଭିଯାନ ଚାଲିଛି।

Image Courtesy of Matrubhumi English

ଗତ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଦୁର୍ଘଟଣା ଘଟିଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ ବୋଲି ପୁଲିସ କହିଛି।

ଗଣମାଧ୍ୟମକୁ ‘ରିଜିଓନାଲ୍‌ ଫାୟାର୍‌ ରେଞ୍ଜ୍‌ ଅଫିସର୍‌’ ଶିଜୁ କେ. କେ. କହିଛନ୍ତି, ଏପର୍ଯ୍ୟନ୍ତ ଆମେ ୨୨ଟି ଶବ ଉଦ୍ଧାର କରିଛୁ। ବୋଟ୍‌ରେ ଠିକ୍‌ କେତେ ସଂଖ୍ୟକ ଲୋକ ଥିଲେ ଆମେ ଜାଣିନାହୁଁ, ତେଣୁ କାଦୁଅ ଭିତରେ ଆହୁରି କିଛି ମୃତବ୍ୟକ୍ତି ଫସି ରହିଛନ୍ତି କି, ନାହିଁ ଖୋଜିବାକୁ ତଲାସ ଜାରି ରଖିଛୁ।

ଗତ ମଧ୍ୟରାତ୍ରରେ କେରଳର ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜରୁରୀକାଳୀନ ବୈଠକ ଡକାଇ ଆହତମାନଙ୍କର ଉତ୍ତମ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରିବା ଓ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ନିର୍ଦେଶ‌ ଦେଇଛନ୍ତି। ଆଜି ସକାଳ ୬ଟାରେ ଶବ ବ୍ୟବଚ୍ଛେଦ ଆରମ୍ଭ କରିବା ଲାଗି ମଧ୍ୟ ସେ କଡ଼ା ନିର୍ଦେଶ ଜାରି କରିଛନ୍ତି।

ଗଣସଂହାର ପାଇଁ ଦାୟୀ କରାଯାଇ ଉକ୍ତ ବୋଟ୍‌ର ମାଲିକଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କଥା ପୁଲିସ କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।