ଅପରାଧ ଦେଶ ବିଦେଶ

କେରଳ ଆରଏସଏସ କାର୍ଯ୍ୟାଳୟ ଉପରେ ବୋମାମାଡ, ଭାଙ୍ଗିଲା ଝରକା କାଚ

ନୂଆଦିଲ୍ଲୀ, ୧୨/୦୭: କେରଳର କନ୍ନୁର ଜିଲ୍ଲାର ପୟାନୁରରେ ଥିବା ଆରଏସଏସ କାର୍ଯ୍ୟାଳୟ ଉପରେ ବୋମାମାଡ । ପୟାନୁରରେ ପୋଲିସ ଏହି ଘଟଣା ମଙ୍ଗଳବାର ସକାଳେ ଘଟିଛି । ବୋମା ମାଡରେ କାର୍ଯ୍ୟାଳୟର ଝରକା କାଚ ଭାଙ୍ଗିଯାଇଥିବା କହିଛି।

ତେବେ ଆରଏସଏସ କାର୍ଯ୍ୟାଳୟ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ । ପୂର୍ବରୁ ମଧ୍ୟ ଥାନା ନିକଟରେ ଥିବା ଆରଏସଏସ କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଛି । ପୁନଃ ଆକ୍ରମଣ ଘଟଣାକୁ ନେଇ ବିଜେପି ନେତା ଟମ୍ ବଡକ୍କନ କହିଛନ୍ତି ଯେ, ଆକ୍ରମଣ ରୋକିବାରେ ସରକାର ବିଫଳ ହେଉଛନ୍ତି । ଏହା ପ୍ରଶାସନର ଅପାରଗତ । କେରଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ଏହାକୁ ବରଦାସ୍ତ କରାଯିବନି ।

ଏହାପୂର୍ବରୁ ଜୁନ ୨୪ ତାରିଖରେ ରାହୁଲ ଗାନ୍ଧୀଙ୍କ ଓ୍ୱାଏନାଡ ସ୍ଥିତ ସଂସଦୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା । କଂଗ୍ରେସର କେରଳ ଶାଖା ଘଟଣାକୁ ନେଇ ଷ୍ଟୁଡେଣ୍ଟ୍ ଫେଡେରସନ୍ ଅଫ୍ ଇଣ୍ଡିଆ ଉପରେ ଅଭିଯୋଗ ଲଗାଇଥିଲା ।

କଂଗ୍ରେସ କହିଥିଲା ଯେ, କେରଳ ସରକାରଙ୍କ ନିର୍ଦ୍ଦେଶରେ ରାହୁଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଥିଲା । ଆହୁରି ମଧ୍ୟ ଭଙ୍ଗାରୁଜା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ଚୁପ୍ ରହିଥିଲେ । ତେଣୁ ଏତେ ବଡ ଅଘଟଣ ଘଟିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ