ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେରଳର ବିଡ଼ି ଶ୍ରମିକ ଏବେ ଆମେରିକାର ବିଚାରପତି

ତିରୁଅନନ୍ତପୁରମ : ଭାଗ୍ୟରେ ଯାହା ଲେଖା ଥିବ ତାହା ନିଶ୍ଚିତ ଘଟିବ। କେରଳର ସୁରେନ୍ଦ୍ରନ କେ ପଟେଲଙ୍କ ଜୀବନ କାହାଣୀ ଏହାର ଜ୍ବଳନ୍ତ ଉଦାହରଣ। ଘରର ଆର୍ଥିକ ଅନଟନ ପାଇଁ ଅଧାରୁ ପାଠ ଛାଡ଼ି ବିଡ଼ି ଶ୍ରମିକ ଭାବେ କାର୍ଯ୍ୟ କରିଥିବା ସୁରେନ୍ଦ୍ରନ ଏବେ ଆମେରିକାର ଟେକ୍ସାସରେ ଜିଲ୍ଲା ଜଜ୍‌ ଭାବେ ନିଯୁକ୍ତ ହୋଇଛନ୍ତି।

କେରଳର କସରଗଡ଼ର ବାସିନ୍ଦା ୫୧ ବର୍ଷୀୟ ପଟେଲ କହିଛନ୍ତି ଯେ ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ୧୦ ଶ୍ରେଣୀ ପରେ ତାଙ୍କୁ ପାଠ ଛାଡ଼ିବାକୁ ପଡ଼ିଥିଲା। ଜଣେ ଦିନ ମଜୁରିଆ ଭାବେ ମୁଁ ବିଡ଼ି ତିଆରି କରୁଥିଲି। ଜୀବନ ପ୍ରତି ଦୃଷ୍ଟିକୋଣକୁ ତାହା ସଂପୂର୍ଣ୍ଣ ବଦଳାଇ ଦେଇଥିଲା। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଗାଁର ଜଣେ ବନ୍ଧୁଙ୍କ ଠାରୁ ଆର୍ଥିକ ସହଯୋଗ ପାଇ ସେ ଆଇନ ପାଠ ପଢ଼ିଥିଲେ। ଆଇନ ପାଠ ପଢ଼ିବା ସମୟରେ ଏକ ସ୍ଥାନୀୟ ହୋଟେଲରେ ହାଉସକିପିଂ କାର୍ଯ୍ୟ ମଧ୍ୟ କରୁଥିଲେ। ଭାରତରେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ତାଙ୍କୁ ଆମେରିକାରେ ବି‌ଶେଷ ସହାୟକ ହୋଇଥିଲା।

ସେ କହିଛନ୍ତି ଯେ, ବିଚାରପତି ପଦ ପାଇଁ ଆବେଦନ କରିବା ପରେ ମୋର ‌କଥା କହିବା ଶୈଳୀକୁ ତାଚ୍ଛଲ୍ୟ କରାଯାଇଥିଲା ଓ ମୋ ବିରୋଧରେ ନକାରାତ୍ମକ ପ୍ରଚାର କରାଯାଇଥିଲା। ମୁଁ ଯେତେବେଳେ ଡେମୋକ୍ରାଟିକ ଦଳର ପ୍ରାଥମିକ ପଦ ପାଇଁ ଲଢ଼ିଥିଲି ମୋ ନିଜ ଦଳ ମଧ୍ୟ ମୁଁ ଜିତିବି ବୋଲି ବିଶ୍ବାସ କରି ନଥିଲା। କିନ୍ତୁ ଆଜି ମୁଁ ଏଠାରେ ପହଞ୍ଚି ପାରିଛି। ଏହି ଅବସରରେ ମୁଁ ସମସ୍ତଙ୍କୁ ଏହି ବାର୍ତ୍ତା ଦେବାକୁ ଚାହୁଛି ଯେ ଅନ୍ୟ କାହାରିକୁ ନିଜ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଦିଅନାହିଁ। ନିଜେ କ’ଣ ହେବାକୁ ଚାହୁଛ ‌ତାହାର ନିଷ୍ପତ୍ତି ନିଜେ ନିଅ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ