ଦେଶ ବିଦେଶ

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ; ସୂଚନା ଦେଲେ ପୁଅ

ତିରୁଅନନ୍ତପୁରମ୍‌: କଂଗ୍ରେସର ବରିଷ୍ଠ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଦେହାନ୍ତ ହୋଇଛି। ମଙ୍ଗଳବାର ଦିନ ତାଙ୍କ ପରିବାର ତଥା କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏ ସଂପର୍କରେ ଘୋଷଣା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।

କେ ସୁଧାକରନ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି, ‘ପ୍ରେମର ଶକ୍ତିରେ ସାରା ବିଶ୍ବକୁ ଜୟ କରିଥିବା ଜଣେ ରାଜାଙ୍କ କାହାଣୀର ଦୁଃଖଦ ଅନ୍ତଃ ଘଟିଛି। ସେଭଳି ଜଣେ କିମ୍ବଦନ୍ତୀଙ୍କୁ ହରାଇ ମୁଁ ଗଭୀର ଭାବେ ଦୁଃଖିତ। ସେ ଅସଂଖ୍ୟ ବ୍ୟକ୍ତିବିଶେଷଙ୍କ ଜୀବନକୁ ଛୁଇଁପାରିଛନ୍ତି। ସଦାବେଳେ ସେ ଆମ ଭିତରେ ରହିବେ। ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ (ରିପ୍‌)।’

ଦୁଇଥର କେରଳର ମୁଖ୍ୟମନ୍ତ୍ରୀ ‌ଭାବେ କାର୍ଯ୍ୟ କରିଥିବା ଚାଣ୍ଡିଙ୍କର ମଙ୍ଗଳବାର ସକାଳେ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ପୁଅ ଚାଣ୍ଡି ଓମେନ ଏକ ଫେସବୁକ ପୋଷ୍ଟରେ ଏହି ଘୋଷଣା କରିଛନ୍ତି। ସେ ବେଶି କିଛି ବର୍ଣ୍ଣନା ନକରି, ‘ଆପା ଚାଲିଗଲେ’ ବୋଲି ଲେଖିଛନ୍ତି। ଓମେନ ଚାଣ୍ଡିଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ଗତ କିଛି ଦିନ ଧରି ସେ ଚିକିତ୍ସା ପାଇଁ ବେଙ୍ଗାଲୁରୁରେ ରହିଥିଲେ।

ତାଙ୍କ ଦେହାନ୍ତ ଖବରକୁ କଂଗ୍ରେସର ଟ୍ବିଟର୍‌ ପେଜ୍‌ରେ ପୋଷ୍ଟ୍‌ କରାଯାଇଛି। କଂଗ୍ରେସ ପକ୍ଷରୁ ଟ୍ବିଟ୍‌ ହୋଇ ଲେଖାଯାଇଛି ଯେ, ‘ଆମର ଅତି ପ୍ରିୟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କୁ ଅତ୍ୟନ୍ତ ଦୁଃଖର ସହ ବିଦାୟ ଦେବାକୁ ପଡ଼ିଛି। କେରଳର ଅନ୍ୟତମ ଲୋକପ୍ରିୟ ତଥା ଗତିଶୀଳ ନେତାମାନଙ୍କ ମଧ୍ୟରୁ ଚାଣ୍ଡି ଅନ୍ୟତମ। କଂଗ୍ରେସ ପରିବାର ତାଙ୍କ ନେତୃତ୍ୱ ଏବଂ ଶକ୍ତିକୁ ମନେପକାଇବ।’

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ