କଳା ଓ ସଂସ୍କୃତି ଧର୍ମ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

କେରଳରେ ଖୋଲିଲା ଶାବରିମାଲା କବାଟ, ସୋମବାରଠାରୁ ପ୍ରତ୍ୟହ ହୋଇପାରିବ ୧ ହଜାର ଭକ୍ତଙ୍କ ଦର୍ଶନ

ତିରୁଅନନ୍ତପୁରମ ୧୫।୧୧: କେରଳର ଶାବରିମାଲା ମନ୍ଦିରର କବାଟ ରବିବାର ଭକ୍ତଙ୍କ ଲୋଗି ଖୋଲିଛି। କୋଭିଡ-୧୯ ଲାଗି କଡାକଡି ନିୟମ ମଧ୍ୟରେ ମନ୍ଦିରରେ ଭକ୍ତ ଦର୍ଶନ ଓ ପୂଜା କରିବେ। ମଣ୍ଡଲା-ମକରବିଲ୍ଲାକୁ ଲାଗି ୨ ମାସ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା ହେବ। ସୋମବାରଠାରୁ ଏଠାରେ ନିୟମିତ ଦର୍ଶନ ଓ ପୂଜା ହୋଇପାରିବ ବୋଲି ମୁଖ୍ୟ ପୂଜାରୀ କଣ୍ଡାରାରୁ ରାଜୀବରୁ କହିଛନ୍ତି।

ତନ୍ତ୍ରୀ ରାଜୀବରୁଙ୍କ ଉପସ୍ଥିତିରେ ରବିବାର ଅପରାହ୍ନ ୫ଟାରେ ଦୈନିକ ପୂଜା ଲାଗି ମୁଖ୍ୟ ପୂଜାରୀ ଏ.କେ.ସୁଧିର ନମ୍ବୁଦରୀ ମନ୍ଦିରର ଗର୍ଭଗୃହ କବାଟ ଖୋଲିବା ସହ ପ୍ରଦ୍ୱୀପ ପ୍ରଜ୍ୱଳିତ କରିଥିଲେ। ଏହା ସହ ଏଠାରେ ୬୨ ଦିନିଆ ବାର୍ଷିକ ଉତ୍ସବ ଆରମ୍ଭ ହୋଇଯାଇଛି। ତେବେ କୋଭିଡ-୧୯ ଯୋଗୁ ଦର୍ଶନ ଓ ପୂଜାନୀତିରେ କଡ଼ା କଟକଣା ଅବଲମ୍ବନ କରାଯିବ ବୋଲି ଅନ୍ୟତମ ମୁଖ୍ୟ ପୂଜାରୀ ବି.କେ. ଜୟରାଜ ପୋଟ୍ଟି କହିଛନ୍ତି। ଏଣୁ ଦୈନିକ ୧ହଜାର ଦର୍ଶନାର୍ଥୀଙ୍କୁ ପୂଜା ଓ ଦର୍ଶନର ଅବସର ମିଳିପାରିବ ବୋଲି ସେ କହିଛନ୍ତି।

ଏଥିଲାଗି ଦର୍ଶନାର୍ଥୀଙ୍କୁ ଡିଜିଟାଲ ପ୍ରଣାଳୀରେ ନିଜର ଦର୍ଶନ ସମୟ ଓ ଦିନ ନିର୍ଦ୍ଧାରିତ କରିବାକୁ ପୋଟ୍ଟି ଭକ୍ତଙ୍କୁ ନିବେଦନ କରିଛନ୍ତି। ସେହିପରି ମନ୍ଦିରକୁ ଆସିବା ଲାଗି ପ୍ରତ୍ୟେକ ଭକ୍ତଙ୍କୁ ନିଲକ୍କଲ ଓ ପମ୍ବାସ୍ଥିତ ଶିବିରକୁ ପହଞ୍ଚିବାର ୪୮ ଘଣ୍ଟା ପୂର୍ବରୁ କୋଭିଡ ପରୀକ୍ଷଣ କରାଇନେବା ବାଞ୍ଛନୀୟ ବୋଲି କହିଛନ୍ତି। ବେଶ୍‌ କ୍ୟାମ୍ପରେ ମଧ୍ୟ କୋଭିଡ ଯାଞ୍ଚ ଶିବିର ସ୍ଥାପିତ ହେବ ବୋଲି ଜଣାପଡିଛି।

Pullumedu,Kerala, India – January 07,2012 : Unidentified pilgrims walk through the mountain path to Sabarimala temple situated in the western ghats of Kerala, India. Around 50 million visit Sabarimala every season

କୌଣସି ଭକ୍ତଙ୍କୁ ମନ୍ଦିରରେ ଅବସ୍ଥାନ କରିବାର ସୁଯୋଗ ମିଳିବ ନାହିଁ। ମନ୍ଦିରର ଏହି ତୀର୍ଥ ଅବସରରେ ସର୍ବାଧିକ ୮୫ ହଜାର ଭକ୍ତଙ୍କ ଦର୍ଶନ କରାଇବାର ବ୍ୟବସ୍ଥା ହୋଇଥିବା ଟ୍ରାଭାନକୋର ଦେବସୋମ ବୋର୍ଡ କହିଛନ୍ତି। ଏହି ଦର୍ଶନକାଳେ କେବଳ ଶନିବାର ଓ ରବିବାର ଦୈନିକ ୨ହଜାର ଦର୍ଶନାର୍ଥୀଙ୍କୁ ଦର୍ଶନ ଓ ପୂଜା ଅନୁମତି ମିଳିବ। ୧୦ରୁ ୬୦ ବର୍ଷ ବୟସ୍କ ଭକ୍ତ ମନ୍ଦିରରେ ପୂଜା ଓ ଦର୍ଶନ କରିପାରିବେ। ୨୦୨୧ ଜାନୁୟାରୀ ୧୯ ତାରିଖରେ ମନ୍ଦିରରେ ଶେଷ ଦର୍ଶନ ସହ କବାଟ ପଡିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ