ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ନାହାନ୍ତି ଆବଶ୍ୟକ ମୁତାବକ ପ୍ରଫେସର, ଆସୋସିଏଟ୍ ପ୍ରଫେସର କି ନର୍ସିଂ କର୍ମଚାରୀ। ୮ଟି ବିଭାଗ ଦୀର୍ଘ ଦେଢ ବର୍ଷ ହେଲା ପ୍ରଫେସର ଶୂନ୍ୟ ହୋଇ ରହିଛି। ଦୁଇ ତିନିଟି ବିଭାଗ ଚାଲିଛି ଅବସରପ୍ରାପ୍ତ ପ୍ରଫେସରଙ୍କୁ ନେଇ। ଏବେ ଏସ୍ସିବିରେ ୬୩ ପ୍ରଫେସରଙ୍କ ସ୍ଥାନରେ ରହିଛନ୍ତି ୫୦ ଜଣ ପ୍ରଫେସର। ୧୦୬ଜଣ ଆସୋସିଏଟ୍ ପ୍ରଫେସରଙ୍କ ସ୍ଥାନରେ ଅଛନ୍ତି ୭୧ ଜଣ। ୨୨୯ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ଥିବାବେଳେ ଏଥିରୁ ଅବଶ୍ୟ ବିଶେଷ ଖାଲି ନାହିଁ ବୋଲି ସୂଚନା ରହିଛି। କିନ୍ତୁ ଚୁକ୍ତିଭିତ୍ତିକ ନିଯୁକ୍ତି ଏବଂ ପେରିଫେରି କ୍ୟାଡରରୁ ଆଣି ଥଇଥାନ ଯୋଗୁଁ ଆସିଷ୍ଟାଣ୍ଟ୍ ପ୍ରଫେସର ପଦ ଖାଲି ନଥିବା କୁହାଯାଉଛି। ଏସ୍ସିବିର ସବୁଠୁ ଗୁରୁତ୍ବପୂର୍ଣ୍ଣ ମେଡିସିନ୍ ବିଭାଗରେ ୮ଟି ଆସୋସିଏଟ୍ ପ୍ରଫେସର ଥିବା ବେଳେ ଅଛନ୍ତି ମାତ୍ର ଜଣେ। ବିଭାଗରେ ସିନିୟର ରେସିଡେଣ୍ଟ୍ସ (ଏସ୍ଆର) ପଦ ୧୬ଟି ଥିବା ବେଳେ ଅଛନ୍ତି ମାତ୍ର ୭ଜଣ। ବିଭାଗରେ ଆଗକୁ ଗୋଟିଏ ପ୍ରଫେସର ପଦ ବି ଖାଲି ପଡିବାକୁ ଯାଉଛି। ଏସ୍ସିବିରେ ମୋଟ ୩୮ଟି ବିଭାଗ ଥିବାବେଳେ ସେଥିରୁ ୨୬ଟି ହେଉଛି କ୍ଲିନିକାଲ ଓ ବାକି ୧୨ଟି ନନ୍ କ୍ଲିନିକାଲ ବିଭାଗ। କିନ୍ତୁ ଏଭଳି ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ଅଭାବ ଯୋଗୁଁ ରୋଗୀ ସେବା ସମସ୍ୟା ବଢିବାରେ ଲାଗିଛି।
ଅନ୍ୟପଟେ ମେଡିକାଲ ଇନଡୋର ସେବାରେ ନର୍ସିଂ ଅଫିସର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଡାକ୍ତର ଚିଠାରେ ଔଷଧ, ଇଞ୍ଜେକସନ୍ ଲେଖିବା ପରେ ୱାର୍ଡ, ଆଇସିୟୁ, କ୍ରିଟିକାଲ୍ କେୟାର୍ ୟୁନିଟ୍, ଓପିଡି ଭଳି ସବୁଠି ରୋଗୀଙ୍କୁ ଚିକିତ୍ସା ଦେବା ଦାୟିତ୍ବ ନର୍ସିଂ ଅଫିସର୍ଙ୍କର। ଏସ୍ସିବିରେ ୧୨୬୧ ମଂଜୁରୀ ପ୍ରାପ୍ତ ନର୍ସିଂ ଅଫିସର ପଦ ଥିବାବେଳେ ବାସ୍ତବରେ ଆବଶ୍ୟକ କିନ୍ତୁ ୪ ହଜାର। ରୋଗୀ ସଂଖ୍ୟା ବଢି ଚାଲିଥିବା ବେଳେ ସେହି ଅନୁସାରେ ନୂତନ ପଦବି ସୃଷ୍ଟି କରାଯାଉନି। ଅନ୍ୟପଟେ ପବ୍ଲିକ୍ ହେଲ୍ଥ ଷ୍ଟାଣ୍ଡାର୍ଡ(ଆଇପିଏଚ୍ଏସ୍) ନିୟମ ଅନୁସାରେ ଗୋଟିଏ ବେଡ୍ ପିଛା ୨ଜଣ ନର୍ସ ରହିବା କଥା। ଆଇସିୟୁ, କ୍ରିଟିକାଲ୍ କେୟାର ୟୁନିଟ୍ ତଥା ବିଭିନ୍ନ ୱାର୍ଡ ପାଇଁ ନିୟମ ଆଧାରରେ ନର୍ସିଂ ଅଫିସର କେତେ ରହିବେ ତାହାର ମାପଦଣ୍ଡ ଧାର୍ଯ୍ୟ କରାଯାଇଛି। କିନ୍ତୁ ଏସ୍ସିବିରେ ୧୨୬୧ ସ୍ଥାନରେ ଅଛନ୍ତି ୯ଶହ ନର୍ସିଂ ଅଫିସର୍। ପାଖାପାଖି ୪ଶହ ପଦ ଫାଙ୍କା ପଡିଥିବାବେଳେ ସ୍ବାସ୍ଥ୍ୟ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ସେଥିପାଇଁ ଏସ୍ସିବି କର୍ତ୍ତୃପକ୍ଷ ନର୍ସିଂ ଅଫିସର୍ ପଦ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି। ଏହି ପଦ ପୂରଣ କରା ନଗଲେ ଆଗକୁ ରୋଗୀ ସେବା ବି ଗୁରୁତର ପ୍ରଭାବିତ ହେବାର ଆଶଙ୍କା ଉପୁଜିଲାଣି।
ଏସ୍ସିବିକୁ ପ୍ରତିଦିନ ୭ହଜାର ରୋଗୀ ଓପିଡିକୁ ଆସୁଥିବାବେଳେ ପ୍ରତିଦିନ ୭ଶହ ରୋଗୀ ବିଭିନ୍ନ ବିଭାଗରେ ଭର୍ତ୍ତି ହେଉଛନ୍ତି। ଯଦି କୌଣସି ଅଘଟଣ ଘଟୁଛି ତା ପାଇଁ ବି ସ୍ବତନ୍ତ୍ର ବ୍ୟବସ୍ଥା ଏସ୍ସିବିରେ କରାଯାଉଛି। ଆଗକୁ ଲିଭର୍, ହୃତ୍ପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ପାଇଁ ଏସ୍ସିବିରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏଭଳି ସ୍ଥିତିରେ ଯଦି ନର୍ସିଂ ଅଫିସର ପଦ ଖାଲି ପଡ଼େ ତାହେଲେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତର ଅବ୍ୟବସ୍ଥା ଦେଖାଦେବ। ରାଜ୍ୟର ସବୁଠାରୁ ବଡ଼ ରେଫରାଲ୍ ହସ୍ପିଟାଲ୍ ଏସ୍ସିବିରେ ହଜାର ହଜାର ରୋଗୀଙ୍କ ପାଇଁ ଏତେ କମ୍ ନର୍ସିଂ କର୍ମଚାରୀ ଯୋଗୁଁ ପ୍ରତିଦିନ ରୋଗୀ ସଂପର୍କୀୟ ଓ ନର୍ସିଂ କର୍ମଚାରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଥିବା ବି ଦେଖିବାକୁ ମିଳୁଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l