ଖେଳ

କେମିତି କମ୍ ବ୍ୟାକ୍ କଲା ସିଏସକେ ? ୫ଟି ବିଜୟ ପରେ ଦଳର ନୂଆ ଗେମ୍ ପ୍ଲାନ୍ ନେଇ ମୁହଁ ଖୋଲିଲେ ଧୋନୀ

ନୂଆଦିଲ୍ଲୀ, ୨୯।୦୪: ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସ୍ ପ୍ଲେ ଅଫ୍ ଯାଏଁ ପହଁଚିପାରି ନଥିଲା । କିଛି ମ୍ୟାଚ୍ ଛାଡିଦେଲେ ଗତବର୍ଷ ଚେନ୍ନାଇର ପ୍ରଦର୍ଶନ ଖୁବ୍ ନୈରାଶ୍ୟଜନକ ଥିଲା । ଚଳିତ ବର୍ଷ ଦଳ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାସ୍ତ ହୋଇଥିଲା । ସମସ୍ତେ ଭାବିଥିଲେ ଚେନ୍ନାଇ ପୁଣି ଫେଲ୍ ମାରିବ । କିନ୍ତୁ ପ୍ରଥମ ପରାଜୟ ପରେ ଚେନ୍ନାଇ ଭିନ୍ନ ଅନ୍ଦାଜରେ ଷ୍ଟାଡିୟମକୁ ଓହ୍ଲାଇଥିଲା । ଦଳ ଲଗାତର ଭାବେ ୫ଟି ମ୍ୟାଚ୍ ଜିତି ସମସ୍ତଙ୍କୁ ଚକିତ କରିଛି ।

ବୁଧବାର ସନରାଇଜର୍ସ ହାଇଦ୍ରାବାଦକୁ ଚେନ୍ନାଇ ୭ ଓ୍ୱିକେଟରେ ମାତ୍ ଦେଇଥିଲା । ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି ଯେ, ଦିଲ୍ଲୀରେ ଏଭଳି ପିଚ୍ ମିଳିବ ବୋଲି ଆଶା ନଥିଲା । ଦଳଭଲ ବ୍ୟାଟିଂ କରିଛି । ବୋଲରମାନେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି । ଓପନରମାନେ ମଜବୁତ ସ୍କୋର ଦେଇଥିଲେ ।

ଗତବର୍ଷ ପ୍ରଦର୍ଶନକୁ ନେଇ ଧୋନୀ କହିଛନ୍ତି ଯେ, ଖେଳାଳିମାନେ ଚଳିତ ବର୍ଷ ଅଧିକ ଦାୟିତ୍ୱ ନେଇଛନ୍ତି । ଗତ ୧୦ ବର୍ଷରେ ଦଳରେ ସେତେଟା ପରିବର୍ତ୍ତନ ହୋଇନାହିଁ । ସେହି ଖେଳାଳିଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଏ ଯେଉଁମାନଙ୍କୁ ସୁଯୋଗ ମିଳିନାହିଁ । ଭରସା ଜିତିବା ପାଇଁ ପ୍ରୟାସ କରାଯାଏ । ଡ୍ରେସିଂ ରୁମରେ ଭଲ ମାହୋଲ ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଯେଉଁମାନେ ଖେଳୁ ନାହାଁନ୍ତି ସେମାନଙ୍କୁ ମଧ୍ୟ ଶ୍ରେୟ ଦେବାକୁ ହେବ ବୋଲି ମାହି କହିଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ