କଳା ଓ ସଂସ୍କୃତି ଧର୍ମ

କେବେ ଶନି ପ୍ରଦୋଷ ବ୍ରତ ? ଏହି ପୂଜା କଲେ ମିଳିବ ଭଗବାନ ଶିବ ଏବଂ ଶନି ଦେବତାଙ୍କ ଅଶେଷ କୃପା

ପ୍ରତି ମାସରେ ଶୁକ୍ଳ ଏବଂ କୃଷ୍ଣ ପକ୍ଷରେ ପ୍ରଦୋଷ ବ୍ରତ ହୋଇଥାଏ। ଏହି ବ୍ରତ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ। ପୁରାଣ ଅନୁସାରେ ଏହି ବ୍ରତକୁ କରିବା ଦ୍ବାରା ଦୀର୍ଘାୟୁ ବରଦାନ ପ୍ରାପ୍ତ ହୋଇଥାଏ। ପ୍ରଦୋଷ ବ୍ରତ ଯଦି ଶନିବାର ପଡ଼ିଥାଏ ତାହାକୁ ଶନି ପ୍ରଦୋଷ ବ୍ରତ କୁହାଯାଏ। ଶନି ପ୍ରଦୋଷ ବ୍ରତ କରୁଥିବା ବ୍ୟକ୍ତିଙ୍କୁ ଭଗବାନ ଶିବଙ୍କ ସହ ଶନି ଦେବତାଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ। ଏବର୍ଷର ଶେଷ ଶନି ପ୍ରଦୋଷ ବ୍ରତ ଡିସେମ୍ବର ୧୨ତାରିଖ ପଡ଼ୁଛି।

ଶନି ପ୍ରଦୋଷ ବ୍ରତର ପୂଜା ବିଧି : ଶନି ପ୍ରଦୋଷ ବ୍ରତରେ ସନ୍ଧ୍ୟାରେ ଶିବ ପୂଜା ଶୁଭ ବୋଲି କୁହାଯାଇଥାଏ। ଏହି ଦିନ ସମସ୍ତ ଶିବ ମନ୍ଦିରରେ ସନ୍ଧ୍ୟାରେ ପ୍ରଦୋଷ ମନ୍ତ୍ର ଜପ କରାଯାଇଥାଏ। ଶନି ପ୍ରଦୋଷ ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠନ୍ତୁ ଏବଂ ସ୍ନାନ କରି ପରିଷ୍କାର ପୋଷାକ ପିନ୍ଧନ୍ତୁ। ଗଙ୍ଗା ଜଳରେ ପୂଜାସ୍ଥଳକୁ ଶୁଦ୍ଧ କରନ୍ତୁ। ବେଲପତ୍ର,ଦୀପ,ଧୂପ,ଗଙ୍ଗାଜଳ ଆଦି​ରେ ଭଗବାନ ଶିବଙ୍କ ପୂଜା କରନ୍ତୁ। ଓଁ ନମଃ ଶିବାୟ ମନ୍ତ୍ର ଜପ କରି ଶିବଙ୍କୁ ଜଳ ଚଢ଼ାନ୍ତୁ। ଶନିଙ୍କ ଆରାଧନା ପାଇଁ ସୋରିଷ ତେଲର ଦୀପ ଓସ୍ତ ଗଛ ତଳେ ଜଳାନ୍ତୁ। ଶନି ଦେବତାଙ୍କ ମନ୍ଦିରରେ ଗୋଟିଏ ଦୀପ ଜଳାନ୍ତୁ। ବ୍ରତର ଉଦଯାପନ ତ୍ରୟୋଦଶୀ ତିଥି​‌ରେ କରନ୍ତୁ।

ଶନି ପ୍ରଦୋଷ ବ୍ରତର ମହତ୍ତ୍ବ : ଶନି ପ୍ରଦୋଷ ବ୍ରତକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ। ଶନି ପ୍ରଦୋଷ ବ୍ରତ କରୁଥିବା ବ୍ୟକ୍ତିଙ୍କୁ ଶିବଙ୍କ ସହ ଶନି ଦେବତାଙ୍କ ମଧ୍ୟ ଆଶୀର୍ବାଦ ମିଳିଥାଏ। ବିଶ୍ବାସ ରହିଛି ଯେ ବ୍ରତ ରଖିଥିବା ବ୍ୟକ୍ତିଙ୍କ ସମସ୍ତ କଷ୍ଟ ଦୂର ହୋଇ ଯାଇଥାଏ ଏବଂ ମୃତ୍ୟୁ ପରେ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ପୁରାଣ ଅନୁସାରେ ସନ୍ଧ୍ୟା ସମୟରେ ଭଗବାନ ଶିବ କୈଳାସ ପର୍ବତରେ ନୃତ୍ୟ କରିଥାନ୍ତି। ଏହି କାରଣରୁ ଲୋକେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନ ପ୍ରଦୋଷ ବ୍ରତ ରଖିଥାନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ